ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ବିଜୁଳି ନଥିବାରୁ ଡିବିରି ଆଲୁଅରେ ଭୋଟ ଦେଲେ ମତଦାତା

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟର ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବିଧାନସଭା ଆସନର ବୁଥ ନମ୍ବର ୨୫୬ରେ ବିଦ୍ୟୁତ ନଥିବାରୁ ମତଦାତା ମାନେ ଡିବିରି ଆଲୋକରେ ମତଦାନ କରୁଛନ୍ତି।

ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟାରେ ଶେଷ ହେବାର ଥିଲା। ମାତ୍ର ଭିଭିପେଟ୍‌-ଇଭିଏମ ସଂଯୋଗୀକରଣର ତ୍ରୁଟି ଯୋଗୁଁ କିଛି ସ୍ଥାନରେ ବିଳମ୍ବରେ ମତଦାନ ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ମତଦାନ ହୋଇପାରି ନାହିଁ। ସୂଚନାଯୋଗ୍ୟ ରିପୋର୍ଟ ଲେଖାଯିବା ବେଳକୁ ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନର କିଛି ମତଦାନ କେନ୍ଦ୍ରରେ ଭୋଟିଂ ଜାରି ରହିଛି।

ସମ୍ବନ୍ଧିତ ଖବର