ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ଯାଞ୍ଚ ସମୟରେ ଜଣେ ଯୁବକଙ୍କଠୁ ୫୮ କେଜି ରୁପା ଗହଣା ଜବତ କରାଯାଇଛି। ଆରପିଏଫ ବ୍ୟକ୍ତିଙ୍କୁ ରାଜ୍ୟ ଜି ଏସ ଟି ଏନଫୋର୍ସମେଣ୍ଟ ବିଭାଗକୁ ହସ୍ତାନ୍ତର କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮ କେଜି ରୁପା ଧରି ରାଞ୍ଚି ଯିବା ଲାଗି ଷ୍ଟେସନରେ ଅପେକ୍ଷା କରିଥିଲେ। ଯିବା ପାଇଁ ଜେନେରାଲ୍ ବଗିରେ ଟିକେଟ୍ ମଧ୍ୟ କାଟି ସାରିଥିଲେ। ରାଉରକେଲା ଜି ଆର୍ ପି ପକ୍ଷ ରୁ ଯାଞ୍ଚ ସମୟରେ ଏ ସଂପର୍କରେ ଜଣା ପଡ଼ିଥିଲା।
ଯୁବକ ଚନ୍ଦନ ସୋନି ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮ କେଜି ରୁପା ଧରି ରାଞ୍ଚି ଯିବା ଲାଗି ଷ୍ଟେସନରେ ଅପେକ୍ଷା କରିଥିଲେ। ଯିବା ପାଇଁ ଜେନେରାଲ୍ ବଗିରେ ଟିକେଟ୍ ମଧ୍ୟ କାଟି ସାରିଥିଲେ। ରାଉରକେଲା ଜି ଆର୍ ପି ପକ୍ଷ ରୁ ଯାଞ୍ଚ ସମୟରେ ଏ ସଂପର୍କରେ ଜଣା ପଡ଼ିଥିଲା।
ଧରା ପଡ଼ିଥିବା ଯୁବକ ଚନ୍ଦନ ସୋନି ବୋଲି ଜଣା ପଡ଼ିଛି। ସେ ଉକ୍ତ ରୁପା ଗହଣାର କୌଣସି ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନଥିଲେ। ଅଧିକ ତଦନ୍ତ ପାଇଁ ପରେ ଉକ୍ତ ବ୍ୟକ୍ତିଙ୍କୁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରାଉରକେଲା ରେଳ ଷ୍ଟେସନରୁ ବେଆଇନ୍ ରୁପା ଜବତ କରାଯାଇ ଜି ଏସ ଟି ବିଭାଗକୁ ହସ୍ତାନ୍ତର କରାଯାଇଛି।