ମାଲକାନଗିରି: ୫ଟି ରୂପାନ୍ତିରିତ ହୋଇ ଗୋଟିଏ ବର୍ଷ ହୋଇଛି କି ନାହିଁ। ଉଡିଯାଇଛି ଟିଣ, ଛାତରୁ ଗଳୁଛି ପାଣି। ୫ଟି ରଂଗରେ ଲାଗି ଗଲାଣି ଶିଉଳି। ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ପ୍ରଶାସନକୁ ଜଣାଇବା ପରେ ୫ଟି ବର୍ଷେ ଭିତରେ ପୁଣି ଆରମ୍ଭ ହେଲା ମରାମତି। ଏଭଳି ଚିତ୍ର ମାଲକାନଗିରି ଜିଲ୍ଲାରେ ରହିଥିବା ୧୩୯ଟି ୫ଟି ବିଦ୍ୟାଳୟଗୁଡିକକୁ ଦେଖିଲେ ସହଜରେ ହୃଦୟଙ୍ଗମ କରାଯାଇପାରିବ। ଏବେ ପ୍ରଶ୍ନ ଉଠୁଛି କିଭଳି କାମ ହୋଇଥିଲା ଯେ ବର୍ଷେ ଭିତରେ ସେହି କାମକୁ ପୁଣି ମରାମତି କରିବାକୁ ପଡିଲା। ଏହା କେତେ ନିମ୍ନମାନର ତାହା ଜଳ ଜଳ ବାରି ହେଉଛି।
ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ୨୮ଟି ୫ଟି ବିଦ୍ୟାଳୟ ରହିଥିବା ବେଳେ ମାଲକାନଗିରି ବ୍ଲକରେ ୨୩ଟି ୫ଟି ବିଦ୍ୟାଳୟ, ମାଥିଲି ବ୍ଲକରେ ୨୩ଟି ବିଦ୍ୟାଳୟ, ଖଇରପୁଟ ବ୍ଲକରେ ୧୬ଟି ବିଦ୍ୟାଳୟ, କୋରକୋଣ୍ଡା ବ୍ଲକରେ ୧୫ଟି ବିଦ୍ୟାଳୟ, ଚିତ୍ରକୋଣ୍ଡା ବ୍ଲକରେ ୨୧ଟି ବିଦ୍ୟାଳୟ, ପଡିଆ ବ୍ଲକରେ ୧୩ଟି ବିଦ୍ୟାଳୟ ରହିଛି।
କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ଏହି ବିଦ୍ୟାଳୟଗୁଡିକକୁ ୫ଟିରେ ରୁପାନ୍ତରିତ କରାଯାଇଥିବା ବେଳେ ପିଲାଙ୍କ ପାଇଁ ସ୍ମାର୍ଟ କ୍ଲାସ ରୁମ ମଧ୍ୟ ରହିଛି। ଏହି ବିଦ୍ୟାଳୟକୁ ଦିଆଯାଇଥିବା କମ୍ୟୁଟରଗୁଡିକର ଅବସ୍ଥା କେତେ ଠିକ ରହିଛି ତାହା ତଦନ୍ତ କଲେ ସବୁ ସତ୍ୟ ପଦାକୁ ଆସିବ। ଠିକାଦାରଙ୍କୁ ପୋଷିବା ପାଇଁ ତତ୍କାଳୀନ ସରକାରଙ୍କର ଏହା ଥିଲା ଏକ ମାଧ୍ୟମ। ମନଇଛା ନିମ୍ନମାନର ଜିନିଷ ଲଗାଇବା ସହ ଅତି ତରବରିଆ ଭାବେ କାମ ହୋଇଛି। ବହୁ ଅଂଚଳରେ ନିମ୍ନମାନର କାମକୁ ନେଇ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ପରେ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସମାଧାନ ହୋଇଛି।
ଶିକ୍ଷା ବିଭାଗ ନିକଟକୁ ୫ଟି ସ୍କୁଲ ପାଇଁ ଟଂକା ଆସିଥିଲେ ମଧ୍ୟ ଏହାକୁ ପରବର୍ତ୍ତୀ ସମୟରେ ଜିଲ୍ଲାର ସମସ୍ତ ବ୍ଲକ ଦ୍ବାରା କାର୍ଯ୍ୟକାରୀ ହୋଇଥିଲା। ବିଦ୍ୟାଳୟଗୁଡିକର ଅବସ୍ଥା ଏବେ ଦେଖିଲେ କର୍ପୁର ଉଡିଯାଇଛି, କେବଳ କନା ରହିଥିବା ଦେଖିବାକୁ ମିଳୁଛି। ଏନେଇ ଶିକ୍ଷା ବିଭାଗ ଅଧିକାରୀ କିଛି କହିବାକୁ ମନା କରିଥିବା ବେଳେ ଏହାକୁ ବ୍ଲକ ପ୍ରଶାସନ ନିର୍ମାଣ କରିଥିବା ଯୁକ୍ତି ବାଢିଥିଲେ। ବ୍ଲକ ପ୍ରଶାସନ ଜିଲ୍ଲାରେ ହୋଇଥିବା ୧୩୯ଟି ୫ଟି ବିଦ୍ୟାଳୟର ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି। ଏଥିରେ ଯାହା ଯାହା ଗାଇଡଲାଇନରେ ରହିଛି ସେସବୁ ବିଦ୍ୟାଳୟଗୁଡିକକୁ ପ୍ରଦାନ କରାଯାଇଥିବା ଦର୍ଶାଯାଇଛି।
ଠିକ ସମୟରେ କାମ ସମାପ୍ତ କରାଯିବା ସହ ସ୍ମାର୍ଟ କ୍ଲାସ ରୁମ ପାଇଁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଥିବା ସ୍ପଷ୍ଟ କରାଯାଇଛି। ସ୍ମାର୍ଟ କ୍ଲାସ ରୁମଗୁଡିକ ଚାଲୁଥିବା କୁହାଯାଇଛି। ପ୍ରୟୋଗଶାଳା ମଧ୍ୟ ସବୁ ଉପକରଣ ପ୍ରଦାନ କରାଯାଇଥିବା କୁହାଯାଇଛି। ପାଠାଗାର ପାଇଁ କମ୍ପ୍ୟୁଟର ପ୍ରଦାନ କରାଯାଇଛି ଭଳି ସବୁ ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ ସେଗୁଡିକ ଚାଲୁଛି କି ନାହିଁ ତାହା ତଦାରଖ କରାଯାଉ ନାହିଁ।ଯାହାଫଳରେ ସେସବୁ ଏବେ ଖତ ଖାଉଛି।
ସରକାର କା ମାଲ ଦରିଆ ମେ ଡାଲ ସଦୃଶ୍ୟ ଏହି ୫ଟି ସ୍କୁଲଗୁଡିକ ହୋଇଛି।ଟଂକା ଖର୍ଚ୍ଚ ହେଲା ସିନା ପିଲାଙ୍କ ଉପଯୋଗୀରେ ଆସୁନଥିବା ନେଇ ବହୁ ପ୍ରଧାନ ଶିକ୍ଷକ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। କିଛି ବିଦ୍ୟାଳୟରେ ଅତି ତରବରିଆ ଭାବେ ମରାମତି ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଏବେ ନୂଆ ସରକରା ଏହି ୫ଟି ବିଦ୍ୟାଳୟଗୁଡିକକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଆଗକୁ ସବୁ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/SByNW0fP9RpCHehhd2sH.jpg)