କାଶ୍ମୀର, ପଶ୍ଚିମବଙ୍ଗରେ ହିଂସାକାଣ୍ଡ ସତ୍ତ୍ୱେ ୫ମ ପର୍ଯ୍ୟାୟରେ ଏବେସୁଦ୍ଧା ୫୯ % ମତଦାନ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ଓ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ସହ ଦେଶରେ ଆଜି ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୫୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଅପରାହ୍ଣ ୬ଟା ସୁଦ୍ଧା ଦେଶରେ ପ୍ରାୟ ୫୯.୩୮% ଭୋଟ ହୋଇଛି । ତେବେ ତେତେକ ବୁଥରେ ଏବେ ମଧ୍ୟ ଭୋଟଗ୍ରହଣ ଚାଲିଥିବାରୁ ଏହି ମତଦାନ ପ୍ରତିଶତ ଆଗକୁ ବଢିପାରେ ।

ଆଜିର ପର୍ଯ୍ୟାୟ ସହ ଗୃହମନ୍ତ୍ରୀ ରାଜନାଥ ସିଂ, ସୋନିଆ ଗାନ୍ଧି, ରାହୁଲଗାନ୍ଧି, ସ୍ମୃତି ଇରାନୀ ଓ କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି । ଆଜିର ନିର୍ବାଚନ ସହ ମୋଟ ୪୨୪ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଅବଶିଷ୍ଟ ୧୧୮ଟି ଆସନ ପାଇଁ ଆସନ୍ତା ୧୨ ଓ ୧୯ ତାରିଖରେ ଭୋଟ ଗ୍ରହଣ ହେବ ।
ଜାମ୍ମୁ ଓ କାଶ୍ମୀରର ସୋପିଆନ, ପୁଲଓ୍ଵାମା ଆଦିଠାରେ ଥିବା ପୋଲିଂ ବୁଥ ଉପରକୁ ଗ୍ରେନେଡ ଆକ୍ରମଣ ହୋଇଥିଲା । ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ବାରାକପୋରଠାରେ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂଙ୍କ କାରଙ୍କୁ ତୃଣମୂଳ କର୍ମୀମାନେ ଭଙ୍ଗାରୁଜ୍ଜା କରିଥିଲେ । ତେବେ ଦେଶର ଅନ୍ୟ ସ୍ଥାନରେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ରହିଛି ।

ସମ୍ବନ୍ଧିତ ଖବର