ରାଉରକେଲା: ପ୍ରଥମେ ୨ ବୋତଲ ରୟାଲ ଚାଲେଞ୍ଜ୍‌ ବିଦେଶୀ ମଦ ଓ ଗୋଟିଏ ରୟାଲ ଷ୍ଟାଗ୍‌, ମୋଟ୍‌ ୩ଟି ବୋତଲ ବିଦେଶୀ ମଦ ପିଇଲେ। ନିଶା ଚଢ଼ିବାପରେ ବନ୍ଧୁକ, ଭୁଜାଲି, ଲୁହା ରଡ୍‌ ଉଠାଇ ସ୍ଥାନୀୟ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍‌ରୁ ଡକାୟତି କରିବାକୁ ବାହାରୁଥିଲେ। ଠିକ୍‌ ବାହାରିବାବେଳକୁ ପାଟ୍ରୋଲିଂ କରୁଥିବା ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ହାତରେ ପଡ଼ିଯାଇଥିଲେ। ପୁଲିସ ସମସ୍ତ ୬ ଜଣ ଡକାୟତକୁ ଗିରଫ କରି କୋର୍ଟଚାଲାଣ କରିଛି।
Advertisment

୬ ଅଭିଯୁକ୍ତ ନୟାବଜାର ଉତ୍ତମ ବସ୍ତିର ଲକ୍ଷ୍ମଣ ସିଂହ ଓରଫ୍‌ ଛୋଟୁ(୪୨), ଗାନ୍ଧୀ ରୋଡ୍‌ର ମହମ୍ମଦ ଫୁଲବାବୁ(୨୦), ବିକି ଅହମଦ(୨୪) ଗୁରୁଦ୍ବାରା ରୋଡ୍‌ର ବିକି ରାୟ(୨୧), ଶମ୍ଭୁ ରାମ(୨୩) ଓ ମଧୁସୂଦନ ମାର୍ଗର କେତନ ଶର୍ମା(୨୮) ଇଦ୍‌ଗା ପଡ଼ିଆରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। କିଭଳି ପାଖରେ ଥିବା ପେଟ୍ରୋଲ ପମ୍ପ୍‌ରୁ ଡକାୟତି କରିବେ, କିଏ ବାହାରେ ରହିବ ଓ କିଏ ଭିତରକୁ ଯିବ ସେସବୁ ସ୍ଥିର ହୋଇସାରିଥିଲା। ତେବେ ମଦ ପିଇ ଡକାୟତି ପାଇଁ ବାହାରିବାବେଳକୁ ପାଟ୍ରୋଲିଂ କରୁଥିବା ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ସଦଳବଳ ଚଢ଼ଉ କରିବାରୁ ସମସ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

 
ବୁଧବାର/ଗୁରୁବାର ମଧ୍ୟରାତ୍ରୀ। ୬ ଅଭିଯୁକ୍ତ ନୟାବଜାର ଉତ୍ତମ ବସ୍ତିର ଲକ୍ଷ୍ମଣ ସିଂହ ଓରଫ୍‌ ଛୋଟୁ(୪୨), ଗାନ୍ଧୀ ରୋଡ୍‌ର ମହମ୍ମଦ ଫୁଲବାବୁ(୨୦), ବିକି ଅହମଦ(୨୪) ଗୁରୁଦ୍ବାରା ରୋଡ୍‌ର ବିକି ରାୟ(୨୧), ଶମ୍ଭୁ ରାମ(୨୩) ଓ ମଧୁସୂଦନ ମାର୍ଗର କେତନ ଶର୍ମା(୨୮) ଇଦ୍‌ଗା ପଡ଼ିଆରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। କିଭଳି ପାଖରେ ଥିବା ପେଟ୍ରୋଲ ପମ୍ପ୍‌ରୁ ଡକାୟତି କରିବେ, କିଏ ବାହାରେ ରହିବ ଓ କିଏ ଭିତରକୁ ଯିବ ସେସବୁ ସ୍ଥିର ହୋଇସାରିଥିଲା। ତେବେ ମଦ ପିଇ ଡକାୟତି ପାଇଁ ବାହାରିବାବେଳକୁ ପାଟ୍ରୋଲିଂ କରୁଥିବା ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ସଦଳବଳ ଚଢ଼ଉ କରିବାରୁ ସମସ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଅଭଯୁକ୍ତଙ୍କ ପାଖରୁ ଗୋଟିଏ ପିସ୍ତଲ ସମେତ ୨ଟି ଭୁଜାଲି, ଗୋଟିଏ ଲୁହା ରଡ୍‌, ୨ଟି ମୋବାଇଲ, ୩ଟି ବିଦେଶୀ ମଦ ବୋତଲ, ଲଙ୍କା ଗୁଣ୍ଡ, ରଶି ଆଦି ଜବତ କରିଛି।