କାବୁଲ: ୨୦୧୧ରେ ମୁମ୍ବାଇ ତାଜ୍ ହୋଟେଲରେ ହୋଇଥିବା ଆକ୍ରମଣ ଢାଞ୍ଚାରେ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲରେ ଆକ୍ରମଣ କରି ୬ ଜଣଙ୍କୁ ହତ୍ୟା କରିଛନ୍ତି। ୪ ଜଣ ସଶସ୍ତ୍ର ତାଲିବାନ ଆତଙ୍କବାଦୀ ଗତ ରାତିରେ ହୋଟେଲରେ ଧସେଇ ପଶି ଆଖିବୁଜା ଗୁଳିମାଡ଼ ଆରମ୍ଭ କରିବାରୁ ୫ ଜଣ ଆଫଗାନୀ ଏବଂ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଗୁଳିରେ ଆକ୍ରମଣକାରୀ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଦୀର୍ଘ ୧୨ ଘଣ୍ଟାର ଅପରେସନ ପରେ ଆତଙ୍କବାଦୀଙ୍କ କବ୍୍ଜାରୁ ହୋଟେଲକୁ ମୁକ୍ତ କରାଯାଇଛି । ଗୁଳିକାଣ୍ଡରେ ହୋଟେଲର ଦୁଇ ପଟେ ନିଆଁ ଲାଗିଯାଇଥିଲା। ତେବେ ସୁରକ୍ଷା ବାହିନୀର ରଣନୀତି ସଫଳ ହୋଇଥିବାରୁ ହୋଟେଲରେ ଥିବା ୧୫୦ ଜଣ ଅତିଥିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ଆତଙ୍କବାଦୀଙ୍କ ଏକ ବଡ଼ ନରସଂହାର ଉଦ୍ୟମ ପଣ୍ଡ ହୋଇଛି । ଏହି ହୋଟେଲରେ ଆଜି ଆଇଟି ସେକ୍ଟରକୁ ନେଇ ଏକ ଅନ୍ତର୍ଜାତୀୟ ସେମିନାର ଅନୁଷ୍ଠିତ ହେବାର ଥିଲା। ଏଥିରେ ଭାଗ ନେବାପାଇଁ ବିଭିନ୍ନ ଦେଶର ଆଇଟି ଅଧିକାରୀମାନେ ଆସିଥିଲେ। ଅତିଥିମାନଙ୍କୁ ପଣବନ୍ଦୀ କରି ସଂହାରଲୀଳା ଘଟାଇବାକୁ ତାଲିବାନ ଆତଙ୍କବାଦୀମାନେ ଯୋଜନା କରିଥିଲେ।
ଆଫଗାନ ହୋଟେଲରେ ତାଲିବାନ ଆକ୍ରମଣ : ୬ ମୃତ, ୧୫୦ ଅତିଥି ଉଦ୍ଧାର
/sambad/media/post_attachments/wp-content/uploads/2018/01/99683647_capture.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)