କାଲିମେଳା :ଗତକାଲି ରାତିରେ କାଲିମେଳା ପଟେରୁ ଅଞ୍ଚଳରୁ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଗୋରୁ ଚାଲାଣ ହେଉଥିବା ବେଳେ ୫୫ ଗୋରୁ ସହ ୬ ଯୁବକକୁ ପୁଲିସ ଥାନାରେ ଅଟକ ରଖିଥିବାର ଜଣାପଡିଛି | ଗତକାଲି ରାତିରେ ଏହି ସବୁ ଗୋରୁ ଆନ୍ଧ୍ରକୁ ଚାଲାଣ ହେଉଥିବାବେଳେ ୩୨୬ ଜାତୀୟ ରାଜପଥର ଗୋମ୍ପାକୋଣ୍ଡା ଛକରୁ କାଲିମେଳା ପୁଲିସ ଗୋରୁ ସହ ୬ ଜଣ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା |
ଏହି ସବୁ ଗୋରୁ ଆନ୍ଧ୍ରପ୍ରଦେଶର ବିଭିନ୍ନ କଂସେଇ ଖାନାକୁ ଚୋରାରେ ଚାଲାଣ ହେଉଥିଲା | ଏହି ଗୋରୁ ଚାଲାଣରେ ସମ୍ପୃକ୍ତ ୬ ଜଣ ଯୁବକକୁ କାଲିମେଳା ପୁଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବାର ଜଣା ପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/12/2CmdPWpJV7Kh2TLt4W6y.jpg)