ବାରିପଦା: ଏକ ଏଆଇ କ୍ୟାମେରା ଫଟୋ ଉପରେ ଆଧାର କରି ୬ଜଣ ଅଭିଯୁକ୍ତ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ। ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅଞ୍ଚଳର ବୁଦ୍ଧିଆ ହେମ୍ବ୍ରମ, ରଥ ସିଂହ, ବଉଳା ସିଂହ, ମିଥୁନ୍ ସୋରେନ୍, ଲକ୍ଷ୍ମଣ ସୋରେନ୍ ଓ ପ୍ରଧାନ ସୋରେନ୍।
ଏମାନଙ୍କୁ ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ଗୋଟିଏ ହରିଣ ଛୁଆକୁ ମାରିବା ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/15/8YiQp40GIO2VEinv49x5.jpg)