ଶ୍ରୀଲଙ୍କା ବାଟେ ତାମିଲନାଡୁକୁ ପଶିଛନ୍ତି ୬ ଲଶ୍କର ଆତଙ୍କବାଦୀ: ଗୁଇନ୍ଦା

ଚେନ୍ନାଇ: ଶ୍ରୀଲଙ୍କା ବାଟ ଦେଇ ତାମିଲନାଡୁରେ ଛଅଜଣିଆ ଦଳବିଶିଷ୍ଟ ଲଶ୍କର୍‌-ଏ-ତୈବାର ଆତଙ୍କବାଦୀମାନେ ପଶିବା ପରେ କୋଇମ୍ବାଟୁର୍‌ ଏବଂ ତାମିଲନାଡୁରେ ସତର୍କ ସୂଚନା ଜାରି କରାଯାଇଥିବା କଥା ଗୁଇନ୍ଦା ରିପୋର୍ଟ ଦେଇଛି।

ସହରରେ ଜାରି କରାଯାଇଥିବା ସତର୍କ ସୂଚନା ଅନୁସାରେ, ସେ ଆତଙ୍କବାଦୀ ଦଳରେ ଅଛନ୍ତି ଜଣେ ପାକିସ୍ତାନୀ ଏବଂ ପାଞ୍ଚଜଣ ଶ୍ରୀଲଙ୍କୀୟ ତାମିଲ।

ଏହି ସତର୍କ ସୂଚନା ଆଧାରରେ, ଚେନ୍ନାଇ ମଧ୍ୟ ତା’ର ପାଟ୍ରୋଲିଙ୍ଗ୍‌ ଫୋର୍ସ ବଢ଼ାଇ ଦେଇଛି।

Image Source: The Economics Times

ଚେନ୍ନାଇ ପୁଲିସ କମିସନର କହିଛନ୍ତି, ଏଇ ସୂଚନା ଆଧାରରେ ପାଟ୍ରୋଲିଙ୍ଗ୍‌ ଫୋର୍ସ ବଢ଼ାଇ ଦିଆଯାଇଛି ଏବଂ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୂର୍ବରୁ ଗୁଇନ୍ଦା ରିପୋର୍ଟ କହିଥିଲା କି, କଶ୍ମୀରରେ ଆଫଗାନ ଆତଙ୍କବାଦୀ ମୁତୟନ ପାଇଁ ପାକିସ୍ତାନ ଯୋଜନା କରୁଛି।

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଗୁଇନ୍ଦା ରିପୋର୍ଟ କହିଥିଲା କି, ଏଇ ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଲଞ୍ଚ୍‌ ପ୍ୟାଡ୍‌ରୁ କଶ୍ମୀର ମଧ୍ୟକୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର