ରାଉରକେଲା: ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରେଳଲାଇନର ବିକାଶମୂଳକ କାର୍ଯ୍ୟ ପାଇଁ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ୬ଟି ଟ୍ରେନ୍ ବାତିଲ ହୋଇଛି। ଆସନ୍ତା ୨୫ରୁ ୨୯ ତାରିଖ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ୪ ଦିନ ବାତିଲ ହୋଇଛି। ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୭୧) ଆସନ୍ତା ୨୫, ୨୬, ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ସେମିତି ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୭୨) ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଟାଟାନଗର-ବ୍ରହ୍ମପୁର ବନ୍ଦେଭାରତ ଏକ୍ସପ୍ରେସ୍ (୨୦୮୯୧) ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି।
ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୯୨) ଆସନ୍ତା ୨୬, ୨୭,୨୮ ଓ ୨୯ ତାରିଖ ବାତିଲ ହୋଇଛି। ଟାଟାନଗର-ଜୟନଗର ଏକ୍ସପ୍ରେସ୍ ଆସନ୍ତା ୨୭ରେ ବାତିଲ ହୋଇଛି। ଜୟୟନଗର-ଟାଟାନଗର ଏକ୍ସପ୍ରେସ୍ ଆସନ୍ତା ୨୮ରେ ବାତିଲ ହୋଇଛି। ପୁରୀ-ଯୋଗନଗରି ଋଷିକେଶ ଏକ୍ସପ୍ରେସ୍ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାୟା ଝାରସୁଗୁଡା ଇବ୍ ଥର୍ମାଲ ଦେଇ ଚାଲିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2023/12/train.jpg)