ଭୁବନେଶ୍ୱର: ରାଜ୍ୟରେ ଆଜି ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଥିବାବେଳେ ସଂଧ୍ୟା ୫ଟା ସୁଦ୍ଧା ୬୩ରୁ ୬୪ ପ୍ରତିଶତ ଭୋଟ ଗ୍ରହଣ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି । କେତେକ ବୈଷୟିକ ତ୍ରୁଟି ଓ ସାମାନ୍ୟ ହିଂସାକାଣ୍ଡ ବ୍ୟତୀତ ନିର୍ବାଚନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି । ତେବେ ଇଭିଏମ ସଂଯୋଗରେ ତ୍ରୁଟି ଯୋଗୁଁ ୪ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯାଇଛି । ସେହିପରି ବରଗଡ଼ ବୁଥ ନଂ ୬୮, ଅତାବିରା ବୁଥ ନଂ ୨୩୫ ରେ ଭୋଟଗ୍ରହଣ ବେଳେ ବିଶୃଙ୍ଖଳା ଦେଖାଦେଇଥିବା ଜଣାଯାଇଛି ।
ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା । ଏଥିରେ ୨୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର୍ ମତଦାନ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଲକ୍ଷ ୯୯ ହଜାର ୯୯୯ ଜଣ ନୂତନ ଭୋଟର୍।
୨ୟ ପର୍ଯ୍ୟାୟ ଭୋଟ : ସଂଧ୍ୟା ୫ଟା ସୁଦ୍ଧା ୬୪% ମତଦାନ
/sambad/media/post_attachments/wp-content/uploads/2019/04/WhatsApp-Image-2019-04-18-at-08.41.37.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)