ଜଳେଶ୍ୱର(ସତ୍ୟବ୍ରତ ପ୍ରଧାନ): ଦିନକ ପରେ ଉତ୍କଳ ଦିବସ। ଏହି ଦିବସକୁ ପାଳନ ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ହେଲେ ବିଚ୍ଛିନ୍ନାଞ୍ଚଳରେ ଓଡିଆ ଶିକ୍ଷା ପ୍ରସାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାରୀ ଅବହେଳା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ,ଝାରଖଣ୍ଡ,ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଏହି ୪ ଟି ରାଜ୍ୟରେ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ରହିଗଲା। ଏସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ବେଳେ ଏହାର ଜନ ସଂଖ୍ୟା ଏବେ ଅଢେଇ କୋଟିରେ ପହଞ୍ଚିଛି।ଏସବୁ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଏହି ଅଢେଇ କୋଟି ଓଡ଼ିଆଙ୍କ ଓଡ଼ିଶା ପ୍ରୀତିକୁ ସମ୍ମାନ ଦେବା ପାଇଁ ଉତ୍କଳ ସମ୍ମିଳନୀ ନିରନ୍ତର ଭାବେ କାର୍ଯ୍ୟ କରୁଛି। ବିଶେଷ କରି ଏହି ବିଚ୍ଛିନ୍ନାଞ୍ଚଳମାନଙ୍କରେ ଓଡ଼ିଆ ଭାଷାର ପ୍ରଚାର ଓ ଶିକ୍ଷାର ପ୍ରସାର ପାଇଁ ୨୦୦୪ ମସିହାରୁ ଓଡ଼ିଶା ସରକାରଙ୍କ ସହାୟତାରେ ଓ ଉତ୍କଳ ସମ୍ମିଳନୀ ସହଯୋଗରେ ୬୫୦ଟି ଚାଟଶାଳୀ ଓ ବିଦ୍ୟାଳୟ କାର୍ଯ୍ୟ କରୁଛି। ଏସବୁ ଚାଟଶାଳୀ ଓ ବିଦ୍ୟାଳୟମାନଙ୍କରେ ୬୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବଳ୍ପ ଦରମାରେ ଓଡ଼ିଆ ଶିକ୍ଷାଦାନକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ବେଳେ ୨୦୨୪-୨୫ ଶିକ୍ଷା ବର୍ଷରେ ସେମାନଙ୍କୁ ସେମାନଙ୍କର ପ୍ରାପ୍ୟ ନମିଳିବା ବିଚ୍ଛିନ୍ନାଞ୍ଚଳ ପ୍ରତି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
୬୫୦ଟି ଚାଟଶାଳୀ ଓ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାର ମାସିକ ଦରମା ହିସାବରେ ୩ ହଜାର ଟଙ୍କା ପ୍ରଦାନ କରିଥାନ୍ତି। କିନ୍ତୁ ବିଗତ ଦିନରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଏହି ଦରମା କୁ ୪୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଘୋଷଣା କରିବା ସହ ଆଇନଗତ ଭାବେ ମଧ୍ୟ ଏନେଇ ପଦକ୍ଷେପ ନେଇଥିଲେ।କିନ୍ତୁ ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟରେ ସରକାର ବଦଳିଗଲା। ତଥାପି ବିଗତ ସରକାର ଏନେଇ ଆଇନଗତ ବ୍ୟବସ୍ଥା କରିଥିବାରୁ ବିଚ୍ଛିନ୍ନାଞ୍ଚଳରେ ଚାଟଶାଳୀ ଓ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କରୁଥିବା ଉତ୍କଳ ସମ୍ମିଳନୀ ସେମାନଙ୍କ ବର୍ଦ୍ଧିତ ଦରମା ଚଳିତ ଆର୍ଥିକ ବର୍ଷରେ ମିଳିଯିବ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ୨୦୨୪-୨୫ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକିଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ପ୍ରାପ୍ୟ ମିଳିନାହିଁ। ଏହା ବ୍ୟତୀତ ଗତ ଝାରଖଣ୍ଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଚ୍ଛିନ୍ନାଞ୍ଚଳରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦରମା ୬ ହଜାରକୁ ବୃଦ୍ଧି କରିବେ ବୋଲି କହିଥିଲେ।ଝାରଖଣ୍ଡ ନିର୍ବାଚନକୁ ବେଶ କିଛି ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ହିଁ ରହିଯାଇଛି।
ବିବରଣୀରୁ ପ୍ରକାଶ ଯେ ୬୫୦ଟି ଚାଟଶାଳୀ ଓ ବିଦ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାର ମାସିକ ଦରମା ହିସାବରେ ୩ ହଜାର ଟଙ୍କା ପ୍ରଦାନ କରିଥାନ୍ତି। କିନ୍ତୁ ବିଗତ ଦିନରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଏହି ଦରମା କୁ ୪୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଘୋଷଣା କରିବା ସହ ଆଇନଗତ ଭାବେ ମଧ୍ୟ ଏନେଇ ପଦକ୍ଷେପ ନେଇଥିଲେ।କିନ୍ତୁ ଏହା କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟରେ ସରକାର ବଦଳିଗଲା। ତଥାପି ବିଗତ ସରକାର ଏନେଇ ଆଇନଗତ ବ୍ୟବସ୍ଥା କରିଥିବାରୁ ବିଚ୍ଛିନ୍ନାଞ୍ଚଳରେ ଚାଟଶାଳୀ ଓ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କରୁଥିବା ଉତ୍କଳ ସମ୍ମିଳନୀ ସେମାନଙ୍କ ବର୍ଦ୍ଧିତ ଦରମା ଚଳିତ ଆର୍ଥିକ ବର୍ଷରେ ମିଳିଯିବ ବୋଲି ଆଶା ବାନ୍ଧିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ୨୦୨୪-୨୫ ଶିକ୍ଷା ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକିଥିବା ବେଳେ ଅଦ୍ୟାବଧି ସେମାନଙ୍କୁ ପ୍ରାପ୍ୟ ମିଳିନାହିଁ। ଏହା ବ୍ୟତୀତ ଗତ ଝାରଖଣ୍ଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଚ୍ଛିନ୍ନାଞ୍ଚଳରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦରମା ୬ ହଜାରକୁ ବୃଦ୍ଧି କରିବେ ବୋଲି କହିଥିଲେ।ଝାରଖଣ୍ଡ ନିର୍ବାଚନକୁ ବେଶ କିଛି ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଘୋଷଣାରେ ହିଁ ରହିଯାଇଛି।
ଏହାପୂର୍ବରୁ ଅନୁରୂପ ଭାବେ ୨୦୨୧-୨୨ ଶିକ୍ଷା ବର୍ଷରେ ମଧ୍ୟ କୋଭିଡ୍ ବାହାନା ଦେଖାଇ ସରକାର ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇନଥିଲେ। ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ସହ ଏହାର ଟେକ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ସରକାରଙ୍କ ଏପରି ଆଚରଣ ସେମାନଙ୍କୁ ନିରାଶ କରିଛି ବୋଲି କହିଛନ୍ତି ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଓ ପଶ୍ଚିମ ମେଦିନୀପୁର ବିଚ୍ଛିନ୍ନାଞ୍ଚଳରେ ପରିଦର୍ଶକ ଭାବେ କାର୍ଯ୍ୟ କରୁଥିବା ସୁବାସ ବେରା।ସେହିପରି ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିବା ବର୍ତ୍ତମାନର ବିଜେପି ସରକାର ବିଚ୍ଛିନ୍ନାଞ୍ଚଳରେ ଓଡିଶା ଓ ଓଡ଼ିଆଙ୍କ ସ୍ବାଭିମାନ ପାଇଁ କାର୍ଯ୍ୟ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସରକାର ୨୦୨୪-୨୫ ଓ ୨୦୨୧-୨୨ ଶିକ୍ଷା ବର୍ଷର ସେମାନଙ୍କ ପାଉଣା ଅବିଳମ୍ବେ ପ୍ରଦାନ କରନ୍ତୁ ବୋଲି ଉତ୍କଳ ସମ୍ମିଳନୀ ର କେନ୍ଦ୍ରୀୟ କମିଟି ସମ୍ପାଦକ କମଳ ଚକ୍ରବର୍ତ୍ତୀ ଦାବି କରିଛନ୍ତି।
education