ହିଂସା, ଇଭିଏମ ତ୍ରୁଟି ମଧ୍ୟରେ ଶେଷ ହେଲା ୨ୟ ପର୍ଯ୍ୟାୟ ନିର୍ବାଚନ : ସଂଧ୍ୟା ୬ଟା ସୁଦ୍ଧା ୬୬% ମତଦାନ

ନୂଆଦିଲ୍ଲୀ: ଦେଶରେ ଆଜି ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆଜି ସଂଧ୍ୟା ୭ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ବରିଷ୍ଠ ଉପ-ନିର୍ବାଚନ ଆୟୋଗ ଉମେଶ ସିହ୍ନା ସୂଚନା ଦେଇଛନ୍ତି । ଆଜି ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଥିବା ମୋଟ ୯୫ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଛି । ତେବେ ପଶ୍ଚିମବଙ୍ଗ, ମଣିପୁର, ଓଡ଼ିଶା ଓ କର୍ଣ୍ଣାଟକର କେତେକ ସ୍ଥାନରେ ନିର୍ବାଚନୀ ହିଂସା ହୋଇଥିବା ଜଣାଯାଇଛି । ସେହିପରି ବିଭିନ୍ନ ବୁଥରେ ଇଭିଏମରେ ତ୍ରୁଟି ଘଟଣା ମଧ୍ୟ ସାମନାକୁ ଆସିଛି ।

ପଶ୍ଚିମବଙ୍ଗରେ ସର୍ବାଧିକ ୭୬.୪୨, ଆସାମରେ ୭୬.୨୨ ପ୍ରତିଶତ,ପୁଡୁଚେରୀରେ ୭୬.୧୯ ପ୍ରତିଶତ, ଛତିଶଗଡ଼ରେ ୭୧.୪୦ ପ୍ରତିଶତ, ଓଡ଼ିଶାରେ ୬୪ ପ୍ରତିଶତ ଭୋଟିଂ ହୋଇଥିବା ଜଣାଯାଇଛି ।

ଅନ୍ୟପକ୍ଷରେ ଛତିଶଗଡ଼ର ରାଜନନ୍ଦଗାଁଓରେ ନକ୍ସଲପନ୍ଥୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ପଶ୍ଚିମବଙ୍ଗ ଓ ମଣିପୁରରେ ନିର୍ବାଚନ ବେଳେ ଗୁଳିଚାଳନା ଖବର ମଧ୍ୟ ହସ୍ତଗତ ହୋଇଛି । ସେହିପରି ମଣିପୁରରେ ସୁରକ୍ଷା କର୍ମୀ ଲୋକଙ୍କ ଉପରକୁ ଗୁଳି ଚଳାଇବାରୁ ବାଧ୍ୟ ହୋଇ ଲୋକମାନେ ତାହାର ତୀବ୍ର ବିରୋଧ କରିଛନ୍ତି । ଲୋକମାନେ ଜବରଦସ୍ତି ଗୋଟିଏ ପୋଲିଂ ଷ୍ଟେସନକୁ ପ୍ରବେଶ କରିବାରୁ ବାଧ୍ୟ ହୋଇ ପୁଲିସ ଗୁଳି ଚଳାଇଥିଲା । ଅନ୍ୟପକ୍ଷରେ କର୍ଣ୍ଣାଟକର ମାଣ୍ଡ୍ୟା ନିର୍ବାଚନ ମଣ୍ଡଳରେ ଦୁଇ ପ୍ରାର୍ଥୀ-ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱୀମୀଙ୍କ ପୁଅ ନିଖିଲ ଗୌଡା ଓ ସ୍ୱାଧୀନ ପ୍ରାର୍ଥୀ ସୁମନ୍ତିଲା ଅମ୍ବରୀଶଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି ।

ସମ୍ବନ୍ଧିତ ଖବର