ବରଗଡ଼: ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଥିଲା। ଏହି ମତଦାନ ସମୟରେ ଦାୟିତ୍ୱରେ ଅବହେଳା କରିଥିବା ନେଇ ୬ ଜଣ ପୋଲିଂ କର୍ମଚାରୀଙ୍କୁ ଶୁକ୍ରବାର ବରଗଡ଼ ଜଲ୍ଲାପାଳ ନିଲମ୍ବିତ କରିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2019/04/images-1-8.jpg)
ସୂଚନାଯୋଗ୍ୟ, ନିଲମ୍ବିତ ହୋଇଥିବା ୬ଜଣ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୩ ଜଣ ପ୍ରିଜାଇଡିଂ ଅଫିସର ଥିବାବେଳେ ୩ଜଣ ସେକ୍ଟର ଅଫିସର ଅଛନ୍ତି। ସେମାନେ ହେଲେ ୧୧୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଓ ୧୧୬ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ। ଏମାନଙ୍କ ବ୍ୟତୀତ ଅନ୍ୟ ୪ଜଣଙ୍କ ହେଲେ ୬୮ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ୬୮ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ। ସେହିପରି ଦାୟିତ୍ୱରେ ଅବହେଳା କରିଥିବା ୨୩୫ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ଓ ୨୩୫ ନମ୍ବର ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀଙ୍କୁ ବି ବରଗଡ଼ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସକାଳ ୬ରୁ ଭୋଟଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଶାନ୍ତିଶୃଙ୍ଖଳାରେ ଭୋଟଦାନ ଚାଲିଥିବା ବେଳେ ବରଗଡ଼ ପୌରାଞ୍ଚଳ ଶକ୍ତିନଗର ବୁଥ୍ରେ ଅର୍ଥାତ ଓ୍ଵାର୍ଡ ନମ୍ବର ୬ରେ ଇଭିଏମ୍ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା। ଭୋଟର ଅଭିଯୋଗ କରିଥିଲେ କି ବିଧାନସଭା ଲାଗି ମତଦେଲେ ତାହା ଲୋକସଭା ପ୍ରାର୍ଥୀଙ୍କୁ ଚାଲିଯାଉଛି। ଏହାକୁ ନେଇ ଭୋଟର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲାପାଳ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/assignment-name-in-brief_5a142a4c-3a78-11e9-bdc1-734f7b7cfb0c-1.jpg)