ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଗତକାଲି ରାତିରେ ବ୍ରଜରାଜନଗର ପୁଲିସର ଦ୍ରୁତ କାର୍ଯ୍ୟାନୁଷ୍ଠାନ ଯୋଗୁ ସମ୍ଭାବ୍ୟ ଏକ ବଡ଼ ଅଘଟଣକୁ ଟାଳିବାରେ ସମ୍ଭବ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା  ଦରଲିପାଲି  ଠାରେ ଥିବା  ଏନ ଟି ପି ସିରୁ  ଆସ ପରିବହନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତିକ୍ତତା ହୋଇଥିଲା। ଏନେଇ ଝାରସୁଗୁଡା  ଏସ୍ ପି ଗୁଣ୍ଡାଲା  ରାଘବେନ୍ଦ୍ର  ରେଡ୍ଡୀ ବ୍ରଜରାଜନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ଆହୁରି ପଢ଼ନ୍ତୁ:ରାଜଧାନୀରେ ଚାଞ୍ଚଲ୍ୟ! ନାବାଳିକାଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତମାନଙ୍କର ଟେର ପାଇନି ପୁଲିସ୍

ମୁଖ୍ୟ ଅଭିଯୁକ୍ତ ଗିରଫ

ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ,ବ୍ରଜରାଜନଗର ଆଇ ଆଇ ସି ଧବଳେଶ୍ବର ସାହୁ ଉପସ୍ଥିତ ଥିଲେ। ପୁଲିସ ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗର ଥାନା ତିଲେଇମାଲର ବିଶ୍ୱ ମାଝି(୩୩), ବ୍ରଜରାଜନଗର ଗୁଆଲାପଡ଼ାର ପ୍ରକାଶ ୟାଦବ ଓରଫ କାଲୁ(୨୪), ଚୁନାଭଟାର ସନ୍ଦୀପ ଦାସ ଓରଫ ଛୋଟକା (୨୭),  ଏଚ ଲାଇନର ବିଶାଳ କୁମ୍ଭାର (୨୪), ଇଟାଭଟାର ସୌରଭ ସିଂ(୨୩) , ଟିଣାଲାଇନର ରାହୁଲ ଚୌହ୍ୱାନ (୨୭), ବାହାଦୂରପଡ଼ାର ଜଗଦୀଶ ଭାଇନା(୩୨) ,ତିଳେଇମାଲର କୁଳଦୀପ ସିଂ(୩୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଏହି ଘଟଣାରେ ପୁଲିସ  ୨ ଟି ଦେଶୀ ପିସ୍ତଲ ,୩ଟି ଜୀବନ୍ତ ଗୁଳି, ୨ ଟି ଭୁଜାଲି , ଗୋଟିଏ ଲୁହା ଛଡ଼ , ୨ ଟି ଛୁରୀ ,ଗୋଟିଏ ସ୍କର୍ପିଓ ( ଓଡ଼ି ୨୩ ଏଚ  ୯୬୯୭) ଜବତ ହୋଇଥିବା ଏସ୍ ପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ:ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଫ୍ଲାଏ ଆସ୍ ପରିବହନକୁ ନେଇ ଗଣ୍ଡଗୋଳ

 ଏସ୍ ପିଙ୍କ ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରିରେ, ଗାନ୍ଧିଛକ ଫାଣ୍ଡି ଅଧିକାରୀ ମଦନ ନାୟକ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ  ତିଲେଇମାଲ ଜଙ୍ଗଲ ନିକଟରେ ଅପରାଧୀମାନେ ଡକାୟତି କରିବା ପାଇଁ ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ସହିତ ଏକତ୍ରିତ ହେଉଥିବା ସୂଚନା ପାଇଲେ। ଏହି ସୂଚନା ପାଇ  ଶ୍ରୀ ନାୟକ ବ୍ରଜରାଜନଗର ଆଇ ଆଇ ସି ଧବଳେଶ୍ବର ସାହୁଙ୍କୁ କହିବା ପରେ  ସାହୁ ଚଢ଼ାଉ ପାଇଁ ନିର୍ଦେଶ ଦେଇ  ଏସମ୍ପର୍କରେ  ଏ ସ୍ ପି ଙ୍କୁ ଜଣାଇଥିଲେ।  କାଳ ବିଳମ୍ବ ନକରି  ପୁଲିସ ଚଢାଉ କରିଥିଲା । ​​କିନ୍ତୁ ସେମାନେ ଗୋଟିଏ ସ୍କର୍ପିଓ ସହିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।  ଏ ସ୍ ପି ଙ୍କ ନିର୍ଦେଶରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଥିଲା। ପୁଲିସ ସେମାନଙ୍କ ମଧ୍ୟରୁ ଗାଡି ସହିତ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ।  କିନ୍ତୁ ଅନ୍ୟମାନେ ଖସିଯିବାରେ ସଫଳ ହୋଇଥିଲେ। ତଲାସୀ ସମୟରେ  ଗୋଟିଏ ଦେଶୀ ପିସ୍ତଲ ୨ ଜୀବନ୍ତ ଗୁଳି ଅନ୍ୟାନ୍ୟ  ମାରଣାସ୍ତ୍ର  ଜବତ ହୋଇଥିଲା। ପୁଲିସ ଜେରା କରିବା ପରେ ସେମାନେ ବିଶ୍ୱ ସେମାନଙ୍କୁ ଡାକିଥିବା କହିଥିଲେ। ଦରଲିପାଲିରେ ଫ୍ଲାଏ ଆସ୍ ପରିବହନକୁ ନେଇ  ଅନ୍ୟ ଏକ ଗୋଷ୍ଠୀ ସହ ଚାଲିଥିବା ଗଣ୍ଡଗୋଳ ଯୋଗୁ ତାଙ୍କୁ  ରାସ୍ତାରୁ ହଟାଇବା ନେଇ ଯୋଜନା କରୁଥିବା କହିଥିଲେ। ପୁଲିସ ଶେଷରେ ବିଶ୍ୱକୁ ଗିରଫ କରିବା ସହିତ ଗୋଟିଏ ପିସ୍ତଲ ଏବଂ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଥିଲା।

Crime arrested