ରାଉରକେଲା: ନାମୀଦାମୀ ହୋଟେଲ୍ରୁ ବସ୍ତିଯାଏ, ସବୁଠାରେ ଜମୁଛି ଜୁଆଖେଳ। ଏଭଳି ଆଡା ଉପରେ ପୁଲିସର ଚଢଉ ବି ଜାରି ରହିଛି। ଏହି କ୍ରମରେ ରବିବାର ସନ୍ଧ୍ୟାରେ ଲୁଙ୍ଗେଇ ବସ୍ତିରେ ଜୁଆଖେଳ ଚାଲୁଥିବାବେଳେ ବ୍ରାହ୍ମଣୀତରଙ୍କ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଅଜୟ ଏକ୍କା(୬୦), ଅଜୟ ଟପ୍ପୋ(୩୨), ବାସୁଦେବ ଟପ୍ପୋ(୩୭), ସୁଧୀର ଖେସ୍ (୪୫), ବିଜୟ ଏକ୍କା (୩୫), ଧନୁଆ ଖାଖା (୪୮) ଓ ଅଗ୍ରସ ଏକ୍କା (୩୯)।
ସେମାନଙ୍କ ପାଖରୁ ୩,୨୦୦ ଟଙ୍କା, ଦୁଇଟି ମୋଟର ସାଇକଲ (ଓଆର୍ ୧୪-ଏମ୍-୭୬୦୩ ଏବଂ ଓଡି୧୪-ଏବି-୦୩୫୬), ୬ଟି ମୋବାଇଲ୍, ୨ ସେଟ୍ ତାସ୍ ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ଦୀର୍ଘଦିନ ହେଲା ଅଞ୍ଚଳରେ ଜୁଆ ଖେଳୁଥିଲେ। ସନ୍ଧ୍ୟା ହେବାମାତ୍ରେ ଏମାନଙ୍କ ଆଡା ଜୋର୍ ଧରୁଥିଲା। ଏନେଇ ସୂଚନା ପାଇ ପୁଲିସ ଆଜି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିନେଇଛି।
ପ୍ରକାଶଥାଉକି, ଅଗଷ୍ଟ ପହିଲାରୁ ଆଜିଯାଏ, ୩/୪ଟି ଜୁଆ ଆଡା ଉପରେ ପୁଲିସ ଅତର୍କିତ ଚଢଉ କରିଥିଲା। କିଛି ଦିନ ପୂର୍ବେ ରଘୁନାଥପାଲି ପୁଲିସ ସିଭିଲ ଟାଉନସିପ୍ସ୍ଥ ଏକ ହୋଟେଲରେ ଚଢଉକରି ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବାସହ ୭,୧୩୦ ଟଙ୍କା ଜବତ କରିଥିଲା। ସେହିଭଳି ପ୍ଲାଣ୍ଟ୍ସାଇଟ୍ ପୁଲିସ ଟ୍ରାଫିକ୍ ମାର୍କେଟରେ ଚଢଉକରି ୧ ଲକ୍ଷ ୩୮ ହଜାର ଟଙ୍କା ଜବତ କରିବାସହ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/06/arrest-2025-08-06-00-47-23.jpg)