କରୋନା ମୁକାବିଲା ପାଇଁ ଘରେ ଏହି ୭ଟି ସଚେତନତା ନିଶ୍ଚୟ ଅବଲମ୍ବନ କରନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସାରା ବିଶ୍ବବାସୀଙ୍କୁ ଆତଙ୍କିତ କରାଇଛି। ଏହାର ମୁକାବିଲା କରିବାକୁ ଆତ୍ମ ସଚେତନତା ହିଁ ଏକମାତ୍ର ବାଟ। ନିଜେ ସଚେତନ ରହିଲେ ଏହି ରୋଗ କିଛି କ୍ଷତି କରିପାରିବ ନାହିଁ। ଟିକିଏ ଅସଚେତନ ହେଲେ ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହେବାର ଭୟ ରହିଛି ନିଶ୍ଚୟ। ତେବେ, ଚାଲନ୍ତୁ ଜାଣିବା କେଉଁ ଉପାୟରେ ସଚେତନ ରହିଲେ ଆମେ ଏହି ମହାମାରୀ ଭାଇରସ୍‌ର ମୁକାବିଲା କରିପାରିବା।

: କାହାକୁ ସ୍ପର୍ଶ କରିବା ପୂର୍ବରୁ କିମ୍ବା କୌଣସି ପ୍ରକାରର ସାହାଯ୍ୟ କରିବା ପୂର୍ବରୁ ପ୍ରଥ‌ମେ ନିଜ ହାତ ଧୋଇ ନିଅନ୍ତୁ। ସେହିପରି ସାମ୍ନା ଲୋକର ପରିଚ୍ଛନ୍ନତାକୁ ବି ଦୃଷ୍ଟିରେ ରଖନ୍ତୁ।

: ଘରେ ବୟସ୍କ ଲୋକ ଥିଲେ ସେମାନଙ୍କୁ ପୃଥକ ଭାବେ ଭିନ୍ନ ଏକ ଗୃହରେ ରଖନ୍ତୁ। ସେମାନଙ୍କ ଅଇଁଠା ନ ଖାଇବା ସହ ସେମାନଙ୍କଠାରୁ ପାରୁଛନ୍ତି ଯଦି ଆବଶ୍ୟକୀୟ ଦୂରତ୍ବ ବଜାୟ ରଖନ୍ତୁ।

: ବୟସ୍କ ଲୋକ ରହୁଥିବା ଗୃହ ଭିତରେ ଠିକ୍‌ ଭାବେ ପବନ ଚଳାଚଳ ହେଉଛି କି ନାହିଁ ତାହା ନିଶ୍ଚୟ ଧ୍ୟାନ ଦିଅନ୍ତୁ।

: ସାନିଟାଇଜର୍‌ ଓ ହ୍ୟାଣ୍ଡ୍‌ୱାସ୍‌ର ବ୍ୟବହାର ଯେତେ କରିପାରିବେ ସେତେ ଭଲ।

: ନିଜର ହାତକୁ ସଦା ପାଟି ଓ ନାକରୁ ଦୂରେଇ ରଖନ୍ତୁ।

: ଶୋଇବା ଗୃହରେ ଖାଦ୍ୟ ରଖନ୍ତୁ ନାହିଁ। ଖାଦ୍ୟ ବ୍ୟାକ୍ଟେରିଆ ଜମିବାର ଏକ ପ୍ରମୁଖ କାରଣ ହୋଇଥାଏ।

: ଦୈନିକ ଗାଧୋଇବା ସହ ପାରୁଛନ୍ତି ଯଦି ଦିନକୁ ୨ ଥର ପୋଷାକ ବଦଳାନ୍ତୁ।

: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ନିଜ ଗାଧୁଆଘରକୁ ପୂରାପୂରି ପରିଷ୍କାର ରଖନ୍ତୁ।

ସମ୍ବନ୍ଧିତ ଖବର