ଖଣ୍ଡପଡ଼ା/ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ଆସନରେ ମଙ୍ଗଳବାର ରାତି ୮ଟା ୩୦ ସୁଦ୍ଧା ୭୪.୫୦ ପ୍ରତିଶତ ମତଦାନ ହୋଇଛି। ସେହିଭଳି ଜିଲ୍ଲାର ରଣପୁରରେ ୬୭ ପ୍ରତିଶତ ମତଦାନ ହୋଇଥିବା ବେଳେ ନୟାଗଡ଼ରେ ୬୯.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ଦେବଗଡ଼ ବିଧାନସଭା ଆସନରେ ୬୮.୧୦ ପ୍ରତିଶତ ମତଦାନ ହୋଇଛି।
ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟାରେ ଶେଷ ହେବାର ଥିଲା। ମାତ୍ର ଭିଭିପେଟ୍-ଇଭିଏମ ସଂଯୋଗୀକରଣର ତ୍ରୁଟି ଯୋଗୁଁ କିଛି ସ୍ଥାନରେ ବିଳମ୍ବରେ ମତଦାନ ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ମତଦାନ ହୋଇପାରି ନାହିଁ। ସୂଚନାଯୋଗ୍ୟ ରିପୋର୍ଟ ଲେଖାଯିବା ବେଳକୁ ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନର କିଛି ମତଦାନ କେନ୍ଦ୍ରରେ ଭୋଟିଂ ଜାରି ରହିଛି।