ଭୁବନେଶ୍ୱର/ନୟାଗଡ଼: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପାଇଁ ମଙ୍ଗଳବାର ରାଜ୍ୟର ୬ଟି ଲୋକସଭା ଆସନରେ ୭୧.୬୧ ପ୍ରତିଶତ ମତଦାନ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବିଧାନସଭା ଆସନରେ ୭୪.୬୦ ପ୍ରତିଶତ ମତଦାନ ହୋଇଛି। ଏହି ଆସନରେ ମୋଟ ୧,୮୨,୧୮୭ ଜଣ ମତଦାତା ଥିବା ବେଳେ ଭୋଟ ଦେବାପାଇଁ ୧,୩୫,୯୧୫ ଜଣ ମତଦାତା ଆସିଥିଲେ। ସେମାନଙ୍କ ମଧ୍ୟରୁ ମହିଳା ମତଦାତା ଥିଲେ ୬୪,୭୬୪ ଜଣ।

Advertisment

ନୟାଗଡ଼ ଆସନରେ ୭୦.୦୮ ପ୍ରତିଶତ ମତଦାନ ହୋଇଛି। ଏହି ଆସନରେ ୨,୨୪,୫୭୩ ଜଣ ମତଦାତା ଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୫୭,୩୮୬ ଜଣ ମତଦାନ କରିବାକୁ ଆସିଥିଲେ। ଏହି ଆସନରେ ୭୪,୬୯୮ ଜଣ ମହିଳା ମତଦାନ କରିଛନ୍ତି। ପୁରୀ ଲୋକସଭା ଆସନ ଅନ୍ତର୍ଗତ ଅର୍ଥାତ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରେ ମୋଟ ୨,୧୧୨୧୬ ଜଣ ମତଦାତା ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦.୫୭ ପ୍ରତିଶତ ଅର୍ଥାତ ୧,୪୯,୦୪୬ ଜଣ ମତଦାତା ଭୋଟ ଦେଇଛନ୍ତି।

ସୂଚନାଯୋଗ୍ୟ ଏହି ପର୍ଯ୍ୟାୟର ନିର୍ବାଚନରେ ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର ଲୋକସଭା ଆନସ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ୫୯.୬୦ ପ୍ରତିଶତ, ସମ୍ବଲପୁରରେ ୭୬.୩୮ ପ୍ରତିଶତ, କେନ୍ଦୁଝରରେ ୭୮.୧୬ ପ୍ରତିଶତ, ଢେଙ୍କାନାଳରେ ୭୪.୯୮ ପ୍ରତିଶତ ଓ କଟକରେ ୬୯.୬୫ ପ୍ରତିଶତ ମତଦାନ ହୋଇଛି।