କୁମ୍ଭମେଳା ଅବସରରେ ସନାତନ ଧର୍ମଗ୍ରହଣ କଲେ ୭୯ ଜଣ ଜାପାନୀ

ପ୍ରୟାଗରାଜ : ଆଜି ହେଉଛି ପବିତ୍ର ମୌନୀ ଅମବାସ୍ୟା ବା ତ୍ରୀବେଣୀ ଅମାବାସ୍ୟା । ପ୍ରୟାଗରାଜଠାରେ ଚାଲିଥିବା କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଶାହୀ ସ୍ନାନ ଅନୁଷ୍ଠିତ ହୋଇଛି । ଦେଶ ବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଏହି ଅବସରରେ ସ୍ନାନ କରିଛନ୍ତି ।

ତେବେ ଆଜି ଏକ ସ୍ମରଣୀୟ ଘଟଣା ଘଟିଛି । ପ୍ରାୟ ୭୯ ଜଣ ଜାପାନୀ ନାଗରିକ ଆନୁଷ୍ଠାନିକ ଭାବେ ଦୀକ୍ଷା ନେବା ସହ ସନାତନ ଧର୍ମରେ ଦିକ୍ଷିତ ହୋଇଛନ୍ତି । ତାଙ୍କ ସହିତ ଆମେରିକା, ଆୟରଲାଣ୍ଡ ଓ କାନାଡାର ଜଣେ ଲେଖାଏଁ ବ୍ୟକ୍ତି ମଧ୍ୟ ସନାତନ ଧର୍ମ ଗ୍ରହଣ କରିଛନ୍ତି । ଏହି ୮୨ ଜଣ ହିନ୍ଦୁ ଧର୍ମ ଗ୍ରହଣ କରିବା ସହ ଆଧ୍ୟାତ୍ମିକ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୁମ୍ଭମେଳାର ସେକ୍ଟର ୧୪ ସ୍ଥିତ ଶକ୍ତିଧାମରେ ତାଙ୍କୁ ଜଗଦଗୁରୁ ସାଇ ମା ଦୀକ୍ଷା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଜାପାନରେ ଏବେ ହିନ୍ଦୁ ଧର୍ମ ପ୍ରତି ଆକର୍ଷଣ ବଢିଛି । ଅବଶ୍ୟ ବୌଦ୍ଧ ବହୁଳ ଜାପାନରେ ହିନ୍ଦୁ ମାନଙ୍କ ଧ୍ୟାନ ଓ ଯୋଗ ପରମ୍ପରା ପ୍ରତି ପୂର୍ବରୁ ସଚେତନତା ରହିଛି ।

ସମ୍ବନ୍ଧିତ ଖବର