ନୂଆଦିଲ୍ଲୀ: ଆଜି ବିହାରର ଔରଙ୍ଗାବାଦରେ ଜିତିଆ ସ୍ନାନ ସମୟରେ ଏକ ବଡ଼ ଘଟଣା ଘଟିଛି। ପୋଖରୀରେ ଗାଧୋଇବାବେଳେ ବୁଡିଯିବା କାରଣରୁ ଆଠ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଶିଶୁକୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ଔରଙ୍ଗାବାଦର ବାରୁଣ ଏବଂ ମଦନପୁରରେ ଶୋକର ଲହରୀ ଖେଳିଯାଇଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ଗ୍ରାମବାସୀଙ୍କ ସହାୟତାରେ ମୃତଦେହକୁ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା | ମିଳିଥିବା ସୂଚନା ଅନୁଯାୟୀ, ବାରୁଣ ବ୍ଲକର ଇଥାଟ ଗ୍ରାମରେ ଜିତିଆ ପର୍ବ ଅବସରରେ ପାଞ୍ଚ ଜଣ ପିଲା ପୋଖରୀରେ ଗାଧୋଇବାକୁ ଯାଇଥିଲେ ଏବଂ ଗାଧୋଇବା ସମୟରେ ସମସ୍ତେ ଜଣକ ପରେ ଜଣେ ପୋଖରୀ ଭିତରେ ବୁଡିଯାଇଥିଲେ |
ମୃତ ଶିଶୁମାନେ ହେଉଛନ୍ତି ସ୍ଥାନୀୟ ଗ୍ରାମର ଗୌତମ ସିଂଙ୍କ ୯ ବର୍ଷର ଝିଅ ଓ ୧୧ ବର୍ଷର ଝିଅ | ଗୁଡ଼ୁ ସିଂଙ୍କ ୧୨ ବର୍ଷର ଝିଅ, ମନୋଜ ସିଂଙ୍କ ୧୦ ବର୍ଷର ଝିଅ, ଧୀରଜ ସିଂଙ୍କ ୧୬ ବର୍ଷର ଝିଅ ବୋଲି ଜଣାପଡିଛି। ଅନ୍ୟପଟେ ମଦନପୁରରେ ମଧ୍ୟ ଏଭଳି ଘଟଣା ଘଟିଛି | ଏଠାରେ ଉପେନ୍ଦ୍ର ଯାଦବଙ୍କ ୧୦ ବର୍ଷର ପୁଅ, ବୀରେନ୍ଦ୍ର ଯାଦବଙ୍କ ୧୨ ବର୍ଷର ଝିଅ, ଯୁଗଲ କିଶୋରଙ୍କ ୧୩ ବର୍ଷର ଝିଅ, ସରୋଜ କୁମାର ଯାଦବଙ୍କ ୧୨ ବର୍ଷର ଝିଅଙ୍କର ମୃତ୍ୟୁ ହୋଇଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2023/09/drown-hans-india-1.png)