ଭୁବନେଶ୍ୱର: ଟୁରିଷ୍ଟ ଭିସା ନେଇ ଭାରତ ଆସି ରାଜଧାନୀ ଭୁବନେଶ୍ୱରରେ ଦେହ ବ୍ୟବସାୟରେ ସମ୍ପୃକ୍ତ ଥିଲେ ଥାଇଲ୍ୟାଣ୍ଡର ୮ ଜଣ ଯୁବତୀ। ଏହି ବିଦେଶୀ ଲଳନାଙ୍କ ଗ୍ରାହକ ଥିଲେ ରାଜଧାନୀର ବହୁ ଦାମୀନାମୀ ଲୋକ। ତେବେ ଗତ ୧୯ ତାରିଖରେ ବାପୁଜୀନଗରରେ ଏକ ସ୍ପାରେ ଚାଲିଥିବା ଏହି ଦେହ କାରବାର ଉପରେ ଚଢ଼ାଉ କରିଥିଲା କମିସନରେଟ୍ ପୁଲିସ। ଆଉ ସେଥିରୁ ୮ ଥାଇଲ୍ୟାଣ୍ଡ ବାରଙ୍ଗନାଙ୍କ ସହିତ ୭ ଜଣ ଯୁବକଙ୍କୁ ଥାନାରେ ଆଣି ଅଟକ ରଖିଥିଲା ପୁଲିସ। ତେବେ ରାଜଧାନୀ ଭୁବନେଶ୍ୱରରେ ଦେହ ବ୍ୟବସାୟ ଚଳାଇ ବେଶ କିଛି ଅର୍ଥ ରୋଜଗାର କରିବା ପାଇଁ ଆସିଥିବା ଥାଇଲ୍ୟାଣ୍ଡର ଏହି ଯୁବତୀମାନଙ୍କୁ ଦେଶ ( ଭାରତ) ଛାଡ଼ି ଚାଲିଯିବା ପାଇଁ ନୋଟିସ ଜାରି କରିଛି କମିସନରେଟ ପୁଲିସ। ଭୁବନେଶ୍ୱର ଡିସିପି ଆଜି( ମେ ମାସ ୩୧ତାରିଖ) ସନ୍ଧ୍ୟା ସୁଦ୍ଧା ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀଭାବେ ଭାରତ ଛାଡ଼ି ସେମାନଙ୍କ ଦେଶକୁ ଚାଲି ଯିବାପାେଇଁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2018/05/bbsr-5-300x201.jpg)
ସୂଚନାଯୋଗ୍ୟ, ଗତ ୧୯ତାରିଖରେ ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ସମ୍ଭ୍ରାନ୍ତ ଅଞ୍ଚଳରେ ଥିବାଏକ ସ୍ପାରେ ଚଢ଼ାଉ କରି ସେଠାରେ ଚାଲିିଥିବା ଦେହ ବେପାର ଉପରୁ ପରଦା ହଟାଇଥିଲା ପୁଲିସ। ଏହି ବଡ ସେକ୍ସ ରାକେଟରେ ସଂପୃକ୍ତ ଥିବା ୮ଜଣ ଥାଇଲ୍ୟାଣ୍ଡ ଯୁବତୀ ପୋଲିସ ହାତରେ ଧରାପଡିଥିଲେ। ବିଦେଶୀ ଯୁବତୀଙ୍କ ସହିତ ମଜା ଲୁଟୁଥିବା ୭ ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା ସେହି ସ୍ପାରୁ। ଆଉ ଆଜି ସେହି ୮ ଜଣ ବିଦେଶୀ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ଦେଶଛାଡ଼ି ଚାଲିଯିବା ପାଇଁ ନୋଟିସ୍ ଜାରି କରିଛି କମିଶନରେଟ ପୋଲିସ। ଟୁରିଷ୍ଟ ଭିସା ନାଁରେ ବିଦେଶିନୀମାନେ ଆସି ସେକ୍ସ ର୍ୟାକେଟରେ ସାମିଲ ହୋଇଥିବାରୁ ଭିସା ଗାଇଡ୍ ଲାଇନକୁ ସେମାନେ ଉଲଂଘନ କରୁଥିବା ଦର୍ଶାଇ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ ସେମାନଙ୍କୁ ଭୁବନେଶ୍ୱର ଡିସିପି ଅନୁପ ସାହୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Notice-to-Forigners_Thumbnail.jpg)