ରାଉରକେଲା: ପାର୍ବଣରେ ରାଉରକେଲା ପୁଲିସକୁ ମିଳିଛି ବଡ଼ ସଫଳତା। ସହରରୁ ଚୋରି, ଛିନ୍ତାଇ ଓ ହଜିଥିବା ମୋବାଇଲ୍ ଫୋନ୍ ରୁଦ୍ଧାର ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ୨ ସପ୍ତାହ ଧରି ଚାଲିଥିବା ଏହି ଅଭିଯାନରେ ହଜିଯାଇଥିବା ମୋବାଇଲ୍ଗୁଡ଼ିକର ଆଇଏମ୍ଇଆଇ ନମ୍ବର ଚିହ୍ନଟ କରିବା, ବୈଷୟିକ ବିଶ୍ଲେଷଣ ଓ କ୍ଷେତ୍ର ଯାଞ୍ଚ ମାଧ୍ୟମରେ ସେଗୁଡ଼ିକର ବର୍ତ୍ତମାନର ବ୍ୟବହାର ଟ୍ରାକ୍ କରାଯାଇଥିଲା। ଏହି ଅଭିଯାନରେ ବିଭିନ୍ନ ଥାନା ଅଞ୍ଚଳରୁ ମୋଟ ୮୨ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି। ସେକ୍ଟର-୩ ଓ ସେକ୍ଟର-୭ ଥାନା ଅଞ୍ଚଳରୁ ସର୍ବାଧିକ ୧୪ଟି ଲେଖାଏ ମୋବାଇଲ୍ ଉଦ୍ଧାର ହୋଇଥିବାବେଳେ ସାଇବର ଥାନାରେ ବିଭିନ୍ନ ମାମଲାରେ ୧୦ଟି, ପ୍ଲାଣ୍ଟସାଇଟ୍ ଅଞ୍ଚଳରୁ ୯ଟି, ଟାଙ୍ଗରପାଲି ଓ ବ୍ରାହ୍ମଣୀତରଙ୍ଗ ଅଞ୍ଚଳରୁ ୫ଟି ଲେଖାଏ ମୋବାଇଲ୍ ମିଳିଛି। ସେହିଭଳି ଉଦିତନଗର ଓ ବନ୍ଧମୁଣ୍ଡା ଅଞ୍ଚଳରୁ ୪ଟି ଲେଖାଏଁ, ସେକ୍ଟର-୧୫, ରଘୁନାଥପାଲି ଓ ଲାଠିକଟା ଥାନା ଅଞ୍ଚଳରୁ ୩ଟି ଲେଖାଏ ମୋବାଇଲ୍ ଉଦ୍ଧାର ହୋଇଛି।
ଉଦ୍ଧାର ମୋବାଇଲ୍ଗୁଡ଼ିକର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏନେଇ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି। ଚୋରି ଓ ଛିନ୍ତାଇ କରୁଥିବା ଅଭିଯୁକ୍ତମାନେ ସ୍ବତନ୍ତ୍ର ଭାବେ ମାର୍କେଟ୍ ଅଞ୍ଚଳରେ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ଏହି ମୋବାଇଲ୍ ଚୋରି କରି ଆଖପାଖ ଦୋକାନରେ ବିକ୍ରି କରୁଥିବା ଜଣାପଡ଼ିଛି। ତେବେ ପୁଲିସ ଏକ ‘ମୋବାଇଲ୍ ମେଳା’ ଜରିଆରେ ଉଦ୍ଧାର ମୋବାଇଲ୍ଗୁଡ଼ିକୁ ସେମାନଙ୍କର ଆଇନଗତ ମାଲିକମାନଙ୍କୁ ହସ୍ତାନ୍ତର କରିଛି।

ଏହି ଅବସରରେ ଏସ୍ପି କହିଛନ୍ତି, ସିଇଆଇଆର୍(କେନ୍ଦ୍ରୀୟ ଉପକରଣ ପରିଚୟ ପଞ୍ଜିକାର) ୱେବସାଇଟ୍ରେ ସେମାନଙ୍କର ଚୋରି ଓ ହଜିଯାଇଥିବା ମୋବାଇଲ୍ ଫୋନ୍ ସମ୍ବନ୍ଧୀୟ ଲୋକେ ରିପୋର୍ଟ କରିପାରିବେ। ଏହିଭଳି ନାଗରିକ କେନ୍ଦ୍ରିକ ସେବା ପାଇଁ ଦୂରସଂଚାର ବିଭାଗର ‘ସଞ୍ଚାର ସାଥୀ’ ଆପ୍ ମଧ୍ୟ ଡାଉନଲୋଡ୍ କରିପାରିବେ। ସିଇଆଇଆର୍ରେ ପଞ୍ଜୀକରଣରେ ସହାୟତା ପାଇଁ ସ୍ଥାନୀୟ ସାଇବର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ। ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ରାଉରକେଲା ପୁଲିସ ପ୍ରତିବଦ୍ଧ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/20/untitled-2025-09-20-09-20-37.png)