ରାଉରକେଲା: ରାଉରକେଲା ଓ ରାଞ୍ଚି ବନବିଭାଗ ଟିମ୍ ମିଳିତ ଭାବେ ଚଢ଼ଉ କରି ଶୁଆ ଚାଲାଣକାରୀକୁ ଗିରଫ କରିଛି। ଗିରଫ ଯୁବକ ହେଲେ ମୁନା ସାହୁ। ସେ ପୂର୍ବରୁ ମଧ୍ୟ ସେହି କାରଣରୁ ଗିରଫ ହୋଇ ଜେଲ୍ ଯାଇଥିଲା। ତା’ ୯୪ଟି ଶୁଆ ଶାବକ ଉଦ୍ଧାର ହୋଇଛନ୍ତି। ମୁନା ରାଉରକେଲାର ବନ୍ଧମୁଣ୍ଡା ଓ ଏହାର ଆଖପାଖରୁ ଶୁଆଶାବକ ସଂଗ୍ରହ କରି ଝାଡ଼ଖଣ୍ଡ ଓ ରାଞ୍ଚିର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲା।
ସୂଚନା ଆଧାରରେ ରାଉରକେଲା ଓ ଝାଡ଼ଖଣ୍ଡ ବନବିଭାଗ ଟିମ୍ ମୁନାର ଗତିବିଧି ଉପରେ ନଜର ରଖିଥିଲେ। ଶୁକ୍ରବାର ବନ୍ଧମୁଣ୍ଡା ଅଞ୍ଚଳରେ ଶୁଆ ବିକୁଥିବାବେଳେ ଉଭୟ ରାଉରକେଲା ଓ ରାଞ୍ଚି ଟିମ୍ ମୁନାକୁ ଗିରଫ କରିଥିଲେ। ଅଧିକ ପଚରାଉଚରା ପାଇଁ ମୁନାକୁ ଝାଡ଼ଖଣ୍ଡ ନିଆଯାଇଛି। ମୁନା ଗ୍ୟାଙ୍ଗ୍ରେ ଅନ୍ୟ କେଉଁମାନେ ଅଛନ୍ତି, ଝାଡ଼ଖଣ୍ଡ ସମେତ ମୁନା ଅନ୍ୟ କେଉଁ ରାଜ୍ୟକୁ ଶୁଆ ଚାଲାଣ କରୁଥିଲା ସେ ସଂପର୍କରେ ବନବିଭାଗ ଖୋଳତାଡ଼ କରୁଛି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/09/VfevLt9erraRGF99R2lw.jpg)