୨୦୧୯-୨୦ର ସବୁ ଓଡ଼ିଆ ମାଧ୍ୟମର ୯ମ ଛାତ୍ରଛାତ୍ରୀ ୨୦୨୧ ମେ’ ମାସରେ ଦେଇପାରିବେ ମାଟ୍ରିକ ପରୀକ୍ଷା

ଭୁବ‌ନେଶ୍ବର: ୨୦୧୯-୨୦ ଶିକ୍ଷା ବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ୨୦୨୧ ମେ’ ମାସରେ ମାଧ୍ୟମିକ ଶିକ୍ଷା ପରୀକ୍ଷା ଦେଇପାରିବେ। ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ଲାଗି ପଯୁଜ୍ୟ ହେବ।

ସୂଚନାଯୋଗ୍ୟ, କୋଭିଡ-୧୯ କଟକଣା ଯୋଗୁଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନଗୁଡ଼ିକ ୨୦୨୦ ମାର୍ଚ୍ଚ ମାସ ୧୭ ତାରିଖ ଠାରୁ ବନ୍ଦ ରହିଥିଲା। ତେଣୁ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିଲା। ପରବର୍ତ୍ତୀ ସମୟରେ ୨୦୨୧ ଜାନୁଆରି ମାସ ଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ପାଇଁ‌ କୋଭିଡ ନିୟମାବଳୀ ପାଳନ କରି ସ୍କୁଲ ଖୋଲାଯାଇଛି। ତଥାପି ପିଲାମାନଙ୍କର ମାନସିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପିଲାମାନଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଡାଉଟ କ୍ଲିୟର ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟ ସ୍ତରରେ କରାଯିବ।

ସେହିପରି ୨୦୧୯-୨୦ ଶିକ୍ଷା ବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବରା ପରିଚାଳିତ ୨୦୨୧ ମେ’ ମାସରେ ଯୁକ୍ତ ୨ ପରୀକ୍ଷା ଦେଇପାରିବେ।

ସମ୍ବନ୍ଧିତ ଖବର