ଭୁବନେଶ୍ୱର: ବିଜୁ ଜନତା ଦଳର ନବ ନିର୍ବାଚିତ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏବେ ଇତିହାସ ରଚିଛନ୍ତି। ସେ ହେଉଛନ୍ତି ଦେଶର ସର୍ବକନିଷ୍ଠ ସାଂସଦ। ୨୫ ବର୍ଷୀୟା ଏହି ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଚନ୍ଦ୍ରାଣୀ ୧୭ତମ ଲୋକସଭାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରକୁ ପ୍ରତିନିଧିତ୍ୱ କରିବେ।
ଗଣମାଧ୍ୟମରେ ନିଜର ମତ ରଖି ସେ କହନ୍ତି କି ତାଙ୍କ ଅଞ୍ଚଳରୁ ବେରୋଜଗାର ଦୂରେଇ ଦେବା ପାଇଁ ସେ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ଉପରେ ଗୁରୁତ୍ୱ ଦେବେ। ଫଳରେ ବେରୋଜଗାରମାନେ ନିଜର ଜୀବିକ ନିର୍ବାହର ଉପାୟ ପାଇପାରିବେ।
ସେ ଆହୁରି ବି କହିଛନ୍ତି ଯେ ‘ଯେହେତୁ କେନ୍ଦୁଝର ଜିଲ୍ଲାରେ ଚାକିରିିର ଏକ ବଡ଼ ସମସ୍ୟା ରହିଛି ତେଣୁ ମୁଁ ମୋ ଅଞ୍ଚଳର ଯୁବ ଓ ମହିଳାଙ୍କ ସମସ୍ୟା ସଂସଦରେ ଉପସ୍ଥାପନ କରିବି।’
ଉଲ୍ଲେଖଯୋଗ୍ୟ, ଚନ୍ଦ୍ରାଣୀ ମୁର୍ମୁ କେନ୍ଦୁଝର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ବିରୋଧରେ ଲଢ଼ିଥିଲେ। ମୁର୍ମୁଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ୪.୬୦ ଲକ୍ଷ ଭୋଟ୍ ପାଇଥିବା ବେଳେ ସେ ୫.୨୬ ଲକ୍ଷ ଭୋଟ୍ ପାଇଁ ବିଜୟ ଲାଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/a_25yearold_engineering_graduate__bjd_candidate_is_the_youngest_mp_in_india_1558856710_725x725.jpg)