ଦେଖନ୍ତୁ କିପରି ଗାଈମାନଙ୍କ ଆକ୍ରମଣରୁ ଶିଶୁକୁ ବଞ୍ଚାଉଛି କୁକୁର ଛୁଆ

ନୂଆଦିଲ୍ଲୀ: କୁହାଯାଏ ଯେ କୁକୁରମାନେ ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ ଏବଂ ମନୁଷ୍ୟର ନିକଟତର ହୋଇଥାଆନ୍ତି। ପ୍ରାୟତଃ କୁକୁର ଓ ମଣିଷ ମଧ୍ୟରେ ଥିବା ସ୍ନେହର ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥାଏ। ଯେଉଁଥିରେ କୁକୁର ଏବଂ ତାହାର ମାଲିକଙ୍କ ମଧ୍ୟରେ ଥିବା ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏମିତି ଏକ ଭିଡିଓ ନିକଟରେ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଛୋଟ ଛୁଆକୁ ଏକ କୁକୁର ଛୁଆ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି।

ଏହି ଭାଇରାଲ୍ ଭିଡିଓରେ ଜଣେ ଛୋଟ ଝିଅକୁ କୁକୁର ଛୁଆ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଛୋଟ ଛୁଆଟି ପଡ଼ିଆ ମଝିରେ ଛିଡା ହୋଇଥିବା ବେଳେ ତାକୁ ଗାଈ ପଲ ଆକ୍ରମଣ କରିବାକୁ ଆସିଥିଲେ। ଏହି ସମୟରେ ପରିବାର ସଦସ୍ୟ ଭଳି ଶିଶୁ ପାଖରେ ଛିଡ଼ା ହୋଇଥିବା ତାର ପୋଷା କୁକୁର ଆକ୍ରମଣ କରୁଥିବା ଗାଈ ଆଡକୁ ଖେଦି ଯାଇଥିଲା। ଆଉ ଗାଈପଲ ବି ଭୟଭୀତ ହୋଇଯାଇଥିଲେ। କୁକୁରକୁ ଗାଈ ଆଡକୁ ଏପରି ଭାବେ ଖୋଦି ଯାଉଥିବା ଦେଖି ଶିଶୁ ଜଣକ ତାକୁ ଡାକି ଆଣିଥିଲା। ମଣିଷ ଭଳି କଥା ବୁଝିଲା ପରି ଶିଶୁର କଥା ମାନି କୁକୁର ବି ଶିଶୁ ପାଖକୁ ଧାଇଁ ଆସିଥିଲା।

 

‌ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବା ଠାରୁ ୨ମିଲିୟନରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।  ଏହା ବ୍ୟତୀତ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି । ଏହି ହୃଦୟସ୍ପର୍ଶୀ ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ନିଜନିଜ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର