ଓଡ଼ିଶାବାସୀଙ୍କ ଆଶା ପୂରଣ କଲା ଭଳି ବଜେଟ୍‌: ନବୀନ ପଟ୍ଟନାୟକ

ରାଜ୍ୟ ବଜେଟ୍‌ ୨୦୧୮-୧୯: କଂଗ୍ରେସ ଓ ବିଜେପିର ଅସନ୍ତୋଷ

ଭୁବନେଶ୍ୱର: ବିଧାନସଭାରେ ଶୁକ୍ରବାର ଉପସ୍ଥାପିତ ହୋଇଥିବା ବଜେଟ୍‌ ଓଡ଼ିଶାବାସୀଙ୍କ ଆଶା ପୂରଣ କଲା ଭଳି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଆର୍ଥିକ ବର୍ଷ ୨୦୧୮-୧୯ ବଜେଟ୍‌ ଉପସ୍ଥାପନ ହେବା ପରେ ପ୍ରତିକ୍ରିୟାରେ ନବୀନ କହିଛନ୍ତି, ଲୋକ ଓ ଗରିବଙ୍କ ପାଇଁ ଏହି ବଜେଟ୍‌ ସନ୍ତୁଳନ ରକ୍ଷା କରିବ। ଏହି ବଜେଟ୍‌ ଦ୍ୱାରା ରାଜ୍ୟର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ବର୍ଷ ବଜେଟ୍‌ ଅତ୍ୟନ୍ତ ନୈରାଶ୍ୟଜନକ। ବଜେଟରେ କୃଷକ ଓ ଶ୍ରମିକଙ୍କ ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ। ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ବଜେଟ୍‌ରେ ଅଣଦେଖା କରାଯାଇଛି। ଫଳରେ ଆଞ୍ଚଳିକ ବୈଷମ୍ୟବାଦ କମିବ ନାହିଁ।

ରାଜ୍ୟ ବଜେଟ୍‌ ନେଇ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଚଳିତ ବର୍ଷ ବଜେଟ୍‌ ନୈରାଶ୍ୟଜନକ। ଏହା ଏକ ଦିଶାହୀନ ଓ ଚିରାଚରିତ ବଜେଟ୍‌। ଏହି ବଜେଟ୍‌ରୁ ନୂତନ ନିଯୁକ୍ତି ସମ୍ଭବ ନିହେଁ ବୋଲି ପୁରୋହିତ କହିଛନ୍ତି। ସେହିଭଳି ଚାଷୀ ସମସ୍ୟା ଦୂର ହେବାର ସମ୍ଭାବନ ନାହିଁ। କେନ୍ଦ୍ର ଯୋଜନାରୁ ବାହାଦୂରି ନେବାକୁ ବଜେଟ୍‌ କରାଯାଇଛି।

ସମ୍ବନ୍ଧିତ ଖବର