ଚିତ୍ରଡା: ମୟୂରଭଞ୍ଜଜିଲ୍ଲା ମୋରଡା ଥାନା ଅଞ୍ଚଳରେ ଜନୈକ ଯୁବକଙ୍କୁ ମାଡ଼ ମାରିବା ଫଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଖବରରୁ ପ୍ରକାଶ କି ଆଜି ଦିନ ପ୍ରାୟ ୧୨ଟା ସମୟରେ ଉକ୍ତ ଥାନା ଅଧୀନ ଡେଙ୍ଗାଶୋଳ ଲୋଧା ସାହି ନିକଟରେ ଚାରିଜଣ ଯୁବକ ଏକ ପିଲାକୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗାଁ ଲୋକେ ଦେଖି ଉକ୍ତ ଚାରି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରୁ ତିନି ଜଣ ଯୁବକ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଜଣକୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ।
ପରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଛି |ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିବାବେଳେ ଏନେଇ ଘଟଣାର ଅଧିକ ତଦନ୍ତ ପୋଲିସ ଜାରି ରଖିଥିବା ଜଣାପଡିଛି। ତେବେ ମୃତ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇଥିବା ଏବଂ ଏଣେତେଣେ ବୁଲୁଥିବା ବେଳେ ପିଲା ଚୋର ନୁହେଁ ବୋଲି ଥାନା ଅଧିକାରୀ ସୁମିତ କୁମାର ସୋରେନ କହିଥିବା ବେଳେ କିନ୍ତୁ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।
ଆହୁରି ପଢନ୍ତୁ: Snow Storm: ଆମେରିକାର ପୂର୍ବ ଉପକୂଳରେ ପ୍ରବଳ ତୁଷାର ଝଡ଼, ୮୦୦୦ ରୁ ଅଧିକ ବିମାନ ବାତିଲ
ତେବେ ଛୁଆ ଚୋରି ଗୁଜବ ମୋରଡା ଥାନା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଗତକାଲି କେହି ଗ୍ରାମରେ ଲୋକେ ଠେଙ୍ଗା, ବାଡ଼ି ଧରି ରାତି ତମାମ ଗାଁକୁ ଜଗିଥିବାର ଦେଖିବାକୁ ମିଳିଛି। ତେବେ ପିଲା ଚୋର କେବଳ ଏକ ଗୁଜବ ଏବଂ ଯଦି ବି କିଛି ସନ୍ଦେହଜନକ ଘଟଣା ତଥା ଲୋକ ନଜରକୁ ଆସୁଛନ୍ତି ତେବେ ଲୋକେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ ଏବଂ ଆଇନ ହାତକୁ ନିଅନ୍ତୁ ନାହିଁ ବୋଲି ଥାନା ଅଧିକାରୀ ଲୋକଙ୍କୁ ନିବେଦନ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)