ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ର ବୌଦ୍ଧ ଥାନା ଲାଣ୍ଡିବନ୍ଧ ଗ୍ରାମ ନିକଟରେ ଗତକାଲି ରାତି ୧୦ଟା ସମୟରେ ଏକ ଅଘଟଣ ଘଟିଛି l ଜଣେ ବାଇକ ଚାଳକ ରାସ୍ତାକଡ଼ରେ ଦଶହରା ପୂଜା ଦେଖୁଥିବା ଦର୍ଶକଙ୍କ ଉପରକୁ ଚଢାଇ ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ | ମୃତ ମହିଳାଙ୍କ ନାମ ଚେର ନାଏକ ଓ ଘର ଲାଣ୍ଡିବନ୍ଧ ବୋଲି ସୂଚନା ମିଳିଛି | 

Advertisment

ଦଶହରା ଅବସରରେ ଗାଆଁ ମୁଣ୍ଡରେ ରାସ୍ତାକଡ଼ରେ ଥିବା ଦେବୀ ମଙ୍ଗଳାଙ୍କ ପୀଠରେ ପୁଜା ଚାଲିଥିବା ବେଳେ ବାଇକ ଆରୋହୀ ଲୋକଙ୍କ ଭିତରକୁ ବେପରୁଆ ଭାବେ ଗାଡ଼ି ଚାଳନା କରି ଗାଡି ପୁରାଇ ଦେଇଥିଲେ | ଲୋକଙ୍କ ମାଡ଼ରେ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି | ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ମୃତଦେହ ରଖି ଜାତୀୟ ରାଜପଥ ନମ୍ବର ୫୭କୁ ଅବରୋଧ କରିଥିଲେ।

ଘଟଣା ସ୍ଥଳରେ ବୌଦ୍ଧ ପୋଲିସ୍ ପହଞ୍ଚିଥିଲା। ପ୍ରାୟ ୧ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା। ପୁଲିସ ବୁଝାସୁଝା କଲାପରେ ସ୍ଥିତି ସ୍ଵାଭାବିକ ହୋଇଥିଲା। ଗୁରୁତରଙ୍କ ମଧ୍ୟରେ ବାଇକ୍ ଚାଳକ ଜଣେ। ନୂଆ ଗାଡ଼ି କିଣି ସେ ଦ୍ରୁତ ଗତିରେ ଚାଲୁଥିବାରୁ, ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା।