ଅତିଶି ଜଣେ ‘ଗୋମାସଂ ଭକ୍ଷଣକାରୀ ଦେହଜୀବୀ’ ଲେଖି ଗମ୍ଭୀର ପାମ୍ପଲେଟ ବାଣ୍ଟୁଛନ୍ତି ବୋଲି ଅଭିଯୋଗ ଆଣିଲା ଆପ୍‌

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟିର ପୂର୍ବ ଦିଲ୍ଲୀ ପ୍ରାର୍ଥୀ ଅତିଶି ତାଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ପ୍ରାର୍ଥର୍ୀ ବିଜେପିର ଗୌତମ ଗମ୍ଭୀରଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅତିଶି ଅଭିଯୋଗ ଆଣି କହିଛନ୍ତି କି ଗମ୍ଭୀର ତାଙ୍କ ନାମରେ ଏକ ପାମ୍ପଲେଟ୍‌ ଛପାଇ ବାଣ୍ଟୁଛନ୍ତି। ସେହି ପାମ୍ପଲେଟ୍‌ରେ ଅତିଶିଙ୍କୁ ‘ଗୋମାସଂ ଭକ୍ଷଣକାରୀ ଦେହଜୀବୀ’ ବୋଲି ଲେଖାଯାଇଛି।

ପାମ୍ପଲେଟ୍‌ରେ ଏପରି ଲେଖାଯାଇଛି ବୋଲି ପଢ଼ିଲା ବେଳେ ସାମ୍ବାଦିକ ସମ୍ମିଳନୀରେ ଅତିଶି ଦୁଇ ଦୁଇ ଥର କାନ୍ଦି ପକାଇଥିଲେ। ଏହାକୁ ଦେଖି ସେ ଖୁବ କଷ୍ଟ ପାଇଛନ୍ତି ବୋଲି ଜଣାଇଛନ୍ତି। ସେ କହିଛନ୍ତି କି ଯଦି ଏପରି ପୁୁରୁଷମାନେ ନିର୍ବାଚିତ ହୁଅନ୍ତି ତେବେ ମହିଳାମାନେ କିପରି ସୁରକ୍ଷିତ ରହିପାରିବେ। ଏହି ଅଭିଯୋଗ ସଂପର୍କରେ ଗମ୍ଭୀର ଏଯାଏ ନିଜର କୌଣସି ମତ ରଖିନାହାନ୍ତି।

ଏହି ପାମ୍ପଲେଟଗୁଡ଼ିକ ପୂର୍ବ ଦିଲ୍ଲୀର ଖବରକାଗଜରେ ପଶି ଆସୁଥିବାର ଅତିଶି ଅଭିଯୋଗ ଆଣିଛନ୍ତି। ଅତିଶିଙ୍କ ବାପାମାଆ ଜାଟ୍‌ ଓ ପଞ୍ଜାବୀ ହୋଇଥିବା ବେଳେ ସେ ଜଣେ ଖ୍ରୀଷ୍ଟିୟାନକୁ ବାହା ହୋଇଥିବାରୁ ତାଙ୍କୁ ‘ମିକ୍ସଡ୍‌ ବ୍ରେଡ୍‌ର ଜଣେ ଭଲ ଉଦାହରଣ’ ବୋଲି ବି ଲେଖାଯାଇଥିବା ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର