ମୁମ୍ବାଇ: ଆପଣ ଧାରାବାହିକ ବା ସିରିୟଲ ଦେଖିବାକୁ ପସନ୍ଦ କରୁଥିବେ | ଯଦି ଆପଣ ବହୁ ବର୍ଷ ଧରି ହିନ୍ଦୀ ଧାରାବାହିକ ଦେଖୁଥିବେ ତେବେ ନିଶ୍ଚିତ ଭାବେ 'ବାଲିକା ବଧୂ' ତ ଦେଖିଥିବେ | ଆଜି ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବାସ୍ତବ ଜୀବନରେ ହାତକୁ ଦୁଇ ହାତ ହୋଇଛନ୍ତି | ସୁପରହିଟ୍ ଶୋ "ବାଲିକା ବଧୂ" ପାଇଁ ଜଣାଶୁଣା ଅଭିନେତ୍ରୀ ଅବିକା ଗୋର, ମିଲିନ୍ଦ ଚାନ୍ଦୱାନୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ତେବେ ସେମାନଙ୍କ ବିବାହ ଏକ ସାଧାରଣ ବିବାହ ନଥିଲା। ଅବିକା ଏବଂ ମିଲିନ୍ଦଙ୍କ ବିବାହ ଜାତୀୟ ଟେଲିଭିଜନରେ ଅନୁଷ୍ଠିତ ହୋଇଥିଲା। ସେମାନେ ରିଆଲିଟି ଶୋ "ପତି ପତ୍ନୀ ଔର ପଙ୍ଗା" ରେ ବିବାହ କରିଥିଲେ, ସେମାନଙ୍କର ସମସ୍ତ ବିବାହ ରୀତିନୀତି ମଧ୍ୟ ଶୋ'ରେ ସମ୍ପାଦିତ ହୋଇଥିଲା।
ଅବିକାଙ୍କ ବ୍ରାଇଡାଲ୍ ଲୁକ୍ ବିଷୟରେ କହିବାକୁ ଗଲେ, ସେ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ଅବିକା ଜଣେ ସୁନ୍ଦର ବଧୂ ପରି ଦେଖାଯାଉଥିଲେ। ଅବିକାଙ୍କୁ ବାଲିକା ବଧୂ ଶୋ’ରେ ଆନନ୍ଦୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ତାଙ୍କର ପିଲାବେଳେ ବିବାହ ହୋଇଥିଲା। ଏହି ଶୋ’ଟି ବହୁତ ହିଟ୍ ହୋଇଥିଲା। ବର୍ତ୍ତମାନ, ବାସ୍ତବ ଜୀବନରେ, ଅବିକା ଜଣେ ବଧୂ ପାଲଟି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/30/new-project-2025-09-30-21-44-00.jpg)