ଏବିପି-ସି’ ଭୋଟର ସର୍ଭେ : ଦିଲ୍ଲୀରେ ଆପକୁ ୪୨-୫୬ ଆସନ ମିଳିବ

ନୂଆଦିଲ୍ଲୀ : ଦିଲ୍ଲୀରେ ଆସନ୍ତା କାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଯିବ । ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୧୧ ତାରିଖରେ ଗଣତି ହେବ । ଏହା ପୂର୍ବରୁ ଆଜି ଏବିପି ନ୍ୟୁଜ-ସି ଭୋଟର ପକ୍ଷରୁ ପ୍ରକାଶିତ ମତାମତ ସର୍ଭେ ଅନୁସାରେ ଆପ ପୁଣି କ୍ଷମତାକୁ ଫେରିବ । ଏହି ଦଳ ୪୨ରୁ ୫୬ଟି ଆସନ ପାଇବ । ସେହିପରି ବିଜେପି ୧୦ରୁ ୨୪ଟି ଆସନ ପାଇବ । କଂଗ୍ରେସ ୦-୪ଟି ଆସନ ପାଇବ ।
ଏହି ସର୍ଭେରେ ଭାଗନେଇଥିବା ୬୨% ଲୋକ ମତ ଦେଇଛନ୍ତି ଯେ ସାହିନବାଗରେ ଆନ୍ଦୋଳନ କରାଯିବା ଯଥାର୍ଥ ନୁହେଁ । ସେହିପରି ୩୯ % ମତ ଦେଇଛନ୍ତି ଯେ ଏହି ଆନ୍ଦୋଳନ ବିଜେପିକୁ ଫାଇଦା ପ୍ରଦାନ କରିବ ଓ ୨୫ % ମତ ଦେଇଛନ୍ତି ଯେ ଏହା ଆପକୁ ଫାଇଦା ଦେବ ।

ତେବେ ଏଥର ଦିଲ୍ଲୀ ନିର୍ବାଚନ ପାଇଁ ହୋଇଥିବା ପ୍ରଚାର ବେଶ ଉତ୍ତେଜନାପ୍ରବଣ ଥିଲା । ଉଭୟ ବିଜେପି ଓ ଆପ ପକ୍ଷରୁ ଆପତ୍ତିଜନକ ବୟାନ ଦିଆଯାଇଥିଲା । ଆପତ୍ତିଜନକ ବୟାନ ଦେଇଥିବାରୁ ବିଜେପିର ଦୁଇ ନେତା ପରଭେସ ବର୍ମା ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପରେ କଟକଣା ଲଗାଯାଇଥିଲା । ସେହିପରି ସାହିନବାଗ ଗୁଳିକାଣ୍ଡ ଘଟାଇଥିବା ଯୁବକ ଆପର ସଦସ୍ୟ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର