ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ବ୍ରାହ୍ମଣନାଳି ଗ୍ରାମ ନିକଟରେ ସେଣ୍ଟ ଜୋସେଫ ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବାଇକ ଚାଳକ ସହ ଦୁଇ ଛାତ୍ର ଛାତ୍ରୀ ଗୁରୁତର ହୋଇଥିଲେl
ସେଣ୍ଟ ଜୋସେଫ ନାମକ ଘରୋଇ ସ୍କୁଲର ଏକ ଅଟୋରେ ୧୨ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ବ୍ରାହ୍ମଣନାଳି ଗ୍ରାମ ନିକଟରେ ଏକ ବାଇକ ଚାଳକ ଦ୍ରୁତ ଗତିରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଅଟୋଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଆହତ ହୋଇ ଥିବା ବେଳେ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଦୁଇ ଛାତ୍ର ଅଧିକ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣା ପଡ଼ିଛି। ବାଇକ ଚାଳକ ମଧ୍ୟ ଗୁରୁତର ଥିବାରୁ ତାଙ୍କର ମଧ୍ୟ ବଣାଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଜଣା ପଡିଛି।
ବଣାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ବାଇକ ଓ ଅଟୋକୁ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/yIrctMHMjwB7lbBiYBwt.jpg)
