ଭୁବନେଶ୍ବର: ରାଜଧାନୀର ଡମଣା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କାର୍ ଚାଳକଙ୍କ ସହ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଏକ ମାଟି ବୋଝେଇ ହାଇୱା ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଠିଆ ହୋଇଥିବା କାର୍‌କୁ ପଛରୁ ଧକ୍କା ଦେଇଥିଲା। ଏହାଫଳରେ ଦୁର୍ଘଟଣା ଘଟିଥିଲା। ଏହାଫଳରେ କାରରେ ଥିବା ଚାଳକ ଓ ତାଙ୍କ ସହ ଥିବା ଅନ୍ୟ ଜଣେ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏହି ଅଘଟଣ ଘଟିଲା, ତାହା ଜଣାପଡ଼ିନି।