ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମୈତ୍ରୀବିହାର ପୁଲିସ ଥାନା ଅଧୀନ ଲୋୟଲା ସ୍କୁଲ ନିକଟରେ ଆଜି ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସମ୍ଭବତଃ କାର୍ ଚାଳକ ମଦ୍ୟପାନ କରିଥିବାରୁ ରାସ୍ତାକଡ଼ରେ ଥିବା ଗଛକୁ ଶକ୍ତ ଧକ୍କା ଦେଇଛନ୍ତି। ଏହି ଦୁର୍ଘଟଣାରେ କାରର ସମ୍ମୁଖ ଭାଗ ବଡ଼ଧରଣର କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର ଚାଳକ ଫେରାର ହୋଇଯାଇଛନ୍ତି। ସକାଳୁ ସକାଳୁ ପିଲାମାନଙ୍କୁ ଛାଡ଼ିବା ପାଇଁ ଅଭିଭାବକମାନେ ଘଟଣାସ୍ଥଳରେ ଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟିଛି। କିନ୍ତୁ ସୌଭାଗ୍ୟବଶତଃ କୌଣସି ଜୀବନ ପ୍ରତି କ୍ଷତି ପହଞ୍ଚାଇ ନାହିଁ।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୭ଟା ୧୫ରେ ଜାଭିୟର ଛକରୁ ସାଲିଆସାହି ଅଭିମୁଖେ ଏକ କାର (ସ୍କର୍ପିଓ) ଦ୍ରୁତଗତିରେ ଯାଉଥିଲା। ଲୋୟଲା ସ୍କୁଲ ପୂର୍ବରୁ ଏହି କାର୍ର ଚାଳକ ନିୟନ୍ତ୍ରଣ ହରାଇଥିଲେ। ସେ ଅନିୟନ୍ତ୍ରିତ ହୋଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ କାର୍ର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ଦୁର୍ଘଟଣା ଯୋଗୁଁ କୌଣସି ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣ ପ୍ରଭାବିତ ହୋଇ ନାହାନ୍ତି।
ପ୍ରତକ୍ଷ୍ୟଦର୍ଶୀ ସୌମ୍ୟ ରଂଜନ ନାୟକଙ୍କ କହିବା ଅନୁସାରେ କାରଟି ଜାଭିଅର ଛକ ପାର୍ଶ୍ବରୁ ଦ୍ରୁତଗତିରେ ସାଲିଆସାହି ଆଡ଼କୁ ମୁହାଁଉଥିଲା। ସ୍କୁଲ ଅତିକ୍ରମ କରିବା ପୂର୍ବରୁ ଅର୍ଥାତ ୧୦୦ ମିଟର ଆଗରୁ ଦୁର୍ଘଟଣାଗ୍ରସ୍ତ ହୋଇ ଗଛରେ ପିଟିଥିଲା। ଏହି ସମୟରେ ବହୁ ସଂଖ୍ୟାରେ ଅଭିଭାବକମାନେ ସେମାନଙ୍କର ପିଲାଙ୍କୁ ସ୍କୁଲକୁ ଛାଡ଼ିବାକୁ ଆସୁଥିଲେ। ସୌଭାଗ୍ୟବଶତଃ କାରଟି କୌଣସି ଲୋକଙ୍କ ଉପରେ ଚଢ଼ି ଯାଇ ନଥିଲା। ମାତ୍ର ଘଟଣା ଅତି ଭୟଙ୍କର ଥିଲା।
ଆଜି ସକାଳ ପ୍ରାୟ ୭ଟା ୧୫ରେ ଜାଭିୟର ଛକରୁ ସାଲିଆସାହି ଅଭିମୁଖେ ଏକ କାର (ସ୍କର୍ପିଓ) ଦ୍ରୁତଗତିରେ ଯାଉଥିଲା। ଲୋୟଲା ସ୍କୁଲ ପୂର୍ବରୁ ଏହି କାର୍ର ଚାଳକ ନିୟନ୍ତ୍ରଣ ହରାଇଥିଲେ। ସେ ଅନିୟନ୍ତ୍ରିତ ହୋଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ କାର୍ର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଛି। ଦୁର୍ଘଟଣା ଯୋଗୁଁ କୌଣସି ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣ ପ୍ରଭାବିତ ହୋଇ ନାହାନ୍ତି।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଫେରାର କାର ଚାଳକଙ୍କୁ ଧରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଦେଇଛି। ସ୍କୁଲ ଅଞ୍ଚଳରେ ଥିବା ରାସ୍ତାରେ ଯାନବାହନ ଚଳାଚଳ ପାଇଁ କଟକଣା ଲାଗୁ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Accident