କରଞ୍ଜିଆ: କରଞ୍ଜିଆ ଠାକୁରମୁଣ୍ଡା ରାସ୍ତାର କୁଦରସାହି ନିକଟରେ ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ଧକ୍କା ଲାଗିବାରୁ  ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତରିତ କରାଯାଇଛି |

Advertisment

ରସାମତଳ ଗ୍ରାମର ଦୀନବନ୍ଧୁ ଦେହୁରୀଙ୍କ ପୁଅ  କମଳାକାନ୍ତ ଦେହୁରୀ (୨୮) ନିଜ ବାଇକ ଯୋଗେ କାଡଡିହରୁ  ନିଜ ଗ୍ରାମ ରସାମତଳକୁ ଫେରୁଥିଲେ। ଏହି ସମୟରେ କରଞ୍ଜିଆ ବ୍ଲକରେ କାର୍ଯ୍ୟ କରୁଥିବା ସିନିବା ମୁର୍ମୁ (୩୫)ନିଜ ଗ୍ରାମ ମିଳୁଡ଼ିହିକୁ ସ୍କୁଟି ଯୋଗେ ଫେରୁଥିଲେ | କୁଦରସାହି ଛକ ନିକଟରେ  ଦୁଇ ଯାନ ମଧ୍ୟରେ ଧକ୍କା ଲାଗିବାରୁ ଦୁଇ ଜଣଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ | ଦୁଇଜଣ ଯାକ ଗୁରୁତର ହୋଇ ରାସ୍ତା ଉପରେ ପଡ଼ିରହିଥିଲେ | କରଞ୍ଜିଆ ଥାନାକୁ ଖବର ହେବାରୁ ପୁଲିସ ଏମଆରଜେନ୍ସିସି  ଗାଡ଼ିରେ କରଞ୍ଜିଆ ହସ୍ପିଟାଲକୁ ଆଣିଥିଲା | ଏଠାରେ କମଳାକାନ୍ତ ଦେହୁରୀଙ୍କୁ ମୃତ ଘୋଷଣା କରାଯାଇଥିଲା। ଚିନିବା ମୁର୍ମୁଙ୍କୁ କେନ୍ଦୁଝର ସ୍ଥାନାନ୍ତରିତ କରାଯାଇଛି |

ଘଟଣାରୁ ପ୍ରକାଶ ଯେ ଗତକାଲି ଅପରାହ୍ନ ୫ଟା ସମୟରେ ରସାମତଳ ଗ୍ରାମର ଦୀନବନ୍ଧୁ ଦେହୁରୀଙ୍କ ପୁଅ  କମଳାକାନ୍ତ ଦେହୁରୀ (୨୮) ନିଜ ବାଇକ ଯୋଗେ କାଡଡିହରୁ  ନିଜ ଗ୍ରାମ ରସାମତଳକୁ ଫେରୁଥିଲେ। ଏହି ସମୟରେ କରଞ୍ଜିଆ ବ୍ଲକରେ କାର୍ଯ୍ୟ କରୁଥିବା ସିନିବା ମୁର୍ମୁ (୩୫)ନିଜ ଗ୍ରାମ ମିଳୁଡ଼ିହିକୁ ସ୍କୁଟି ଯୋଗେ ଫେରୁଥିଲେ | କୁଦରସାହି ଛକ ନିକଟରେ  ଦୁଇ ଯାନ ମଧ୍ୟରେ ଧକ୍କା ଲାଗିବାରୁ ଦୁଇ ଜଣଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ | ଦୁଇଜଣ ଯାକ ଗୁରୁତର ହୋଇ ରାସ୍ତା ଉପରେ ପଡ଼ିରହିଥିଲେ | କରଞ୍ଜିଆ ଥାନାକୁ ଖବର ହେବାରୁ ପୁଲିସ ଏମଆରଜେନ୍ସିସି  ଗାଡ଼ିରେ କରଞ୍ଜିଆ ହସ୍ପିଟାଲକୁ ଆଣିଥିଲା | ଏଠାରେ କମଳାକାନ୍ତ ଦେହୁରୀଙ୍କୁ ମୃତ ଘୋଷଣା କରାଯାଇଥିଲା। ଚିନିବା ମୁର୍ମୁଙ୍କୁ କେନ୍ଦୁଝର ସ୍ଥାନାନ୍ତରିତ କରାଯାଇଛି |