କୁଚିଣ୍ଡା: ହସ ଖୁସିରେ ଘରକୁ ଫେରୁଥିଲେ ପୁଅ ବୋହୂ । ହେଲେ ଅଧାବାଟରେ ଖୁସି ପାଲଟିଲା ଦୁଃଖ । ଦୁର୍ଘଟଣା ଗ୍ରସ୍ତ ହୋଇଛି ବର କନିଆଙ୍କୁ ନେଇ ଆସୁଥିବା ଗାଡ଼ି। ଫଳରେ ନବ ବର ଓ ବଧୂଙ୍କ ସହ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି। କାର୍ ସହ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଅଘଟଣ ଘଟିଛି । ସମ୍ୱଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର କୁଲୁଣ୍ଡି ନିକଟରେ ଘଟିଛି ଦୁର୍ଘଟଣା । 

Advertisment

ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରୁଥିଲେ ନବ ବରବଧୂ । ଦେବଗଡ଼ର ସୁମିତ ମୋଦୀଙ୍କର ବୁଧବାର ରାତିରେ ସମ୍ବଲପୁରରେ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ଆଜି ବରକନ୍ୟା ବିଦାୟ ହୋଇ ଦେବଗଡ଼ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ସମ୍ୱଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର କୁଲୁଣ୍ଡି ନିକଟରେ ଘଟିଛି ଦୁର୍ଘଟଣା ।  ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ସେପଟେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଥାଉକି, ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରୁଥିଲେ ନବ ବରବଧୂ । ଦେବଗଡ଼ର ସୁମିତ ମୋଦୀଙ୍କର ବୁଧବାର ରାତିରେ ସମ୍ବଲପୁରରେ ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ଆଜି ବରକନ୍ୟା ବିଦାୟ ହୋଇ ଦେବଗଡ଼ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ସେପଟେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।