ସୋର: ଠିକା ସଂସ୍ଥା ବ୍ରିଜଗୋପାଳର ମନମୁଖୀ କାମ ଓ ଏକପାଖିଆ ରାସ୍ତା କାମ ପାଇଁ ପ୍ରାୟ ପ୍ରତିଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି। ଗତକାଲି ଦହିସଡା ନିକଟରେ ଏକ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହୋଇ କାର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଆଜି ସକାଳେ ଜଣେ ସାଇକେଲ ଚାଳକ ଅଜଣା ଟ୍ରକ୍ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ସୋର ବ୍ଲକ ଦହିସଡା ପଞ୍ଚାୟତ ଦହିସଡା ଗ୍ରାମର ମନୋଜ କୁମାର ସାମନ୍ତରାୟ (୨୫)।
ଗତକାଲି ଦହିସଡା ନିକଟରେ ଏକ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହୋଇ କାର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଆଜି ସକାଳେ ଜଣେ ସାଇକେଲ ଚାଳକ ଅଜଣା ଟ୍ରକ୍ ଧକ୍କାରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ସୋର ବ୍ଲକ ଦହିସଡା ପଞ୍ଚାୟତ ଦହିସଡା ଗ୍ରାମର ମନୋଜ କୁମାର ସାମନ୍ତରାୟ (୨୫)। ମନୋଜ ଆଜି ସକାଳେ ଘରୁ ବିଦୁ ବଜାରକୁ ସାଇକେଲ ଯୋଗେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ତାଙ୍କ ସାଇକେଲଟି ସମ୍ପୂର୍ଣ ଭାଙ୍ଗିଯିବା ସହ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ମନୋଜ ଆଜି ସକାଳେ ଘରୁ ବିଦୁ ବଜାରକୁ ସାଇକେଲ ଯୋଗେ ଯାଉଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ତାଙ୍କ ସାଇକେଲଟି ସମ୍ପୂର୍ଣ ଭାଙ୍ଗିଯିବା ସହ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/25/s78998767-2025-06-25-07-43-55.jpg)
