କଳାପଥର: ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଅଧୀନସ୍ଥ ବାଘମାରୀ-କଳାପଥର-କଣ୍ଟିଲୋ ରାସ୍ତା ବେଆଇନ ବାଲି ବୋଝେଇ ହାଇୱା ଚାଳକଙ୍କ ଯୋଗୁଁ ସଦାବେଳେ ବିପଦପୂର୍ଣ୍ଣ ଲାଗି ରହୁଛି। ବ୍ୟାବସାୟିକ ପେଣ୍ଠସ୍ଥଳ କଳାପଥର ବଜାର କଟକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସବୁ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି।
ଫତେଗଡ଼ ରାମ ମନ୍ଦିର, ବିଜିପୁର ସାଇ ମନ୍ଦିର ସହ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ପୀଠକୁ ଅନେକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ଦ୍ରୁତ ବେଗରେ ହାଇୱା ଚାଳନା ପାଇଁ ଏଠାରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି। ଅନୁରୂପ ଭାବେ ସୋମବାର ସକାଳେ ଆଜି ସିଦ୍ଧାମଳା ବାଲିଘାଟରୁ ହେଲ୍ପର ବିହୀନ ଓଭର ଲୋଡ଼ିଂ ଗାଡ଼ିରେ ଡ୍ରାଇଭର ଖୋର୍ଦ୍ଧା ଅଭିମୁଖେ ଯାଉଥିଲା ବେଳେ କଳାପଥର ବସଷ୍ଟାଣ୍ଡଠାରେ ଥିବା ପୋଷ୍ଟ ଅଫିସ ପ୍ରାଚୀରକୁ ଧକ୍କା ଦେଇ ଏକ ନିମ୍ବ ଗଛରେ ମାଡ଼ ହୋଇ ଓଲଟି ପଡିଥିଲା ବାଲି ବୋଝେଇ ହାଇୱା। ଅତ୍ୟଧିକ ମଦ୍ୟପନ ସହ କମିଶନ ବାଲି ଆନ୍ଧ୍ର ପ୍ରଦେଶକୁ ବେପାର ଯୋଗୁଁ ଭାରସାମ୍ୟ ହରାଇ ଦ୍ରୁତଗତିରେ ପିଟି ହୋଇ ନିମ୍ବ ଗଛ ଉପରକୁ ଚଢ଼ିଯାଇ ଅଟକି ରହିଥିଲା । ଫଳରେ ଅଳ୍ପକେ ଡ୍ରାଇଭର ସମେତ କଳାପଥର ଅଂଚଳର ଗ୍ରାମବାସୀ ବଞ୍ଚିଯାଇଥିଲେ।
ଫତେଗଡ଼ ରାମ ମନ୍ଦିର, ବିଜିପୁର ସାଇ ମନ୍ଦିର ସହ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ପୀଠକୁ ଅନେକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ଦ୍ରୁତ ବେଗରେ ହାଇୱା ଚାଳନା ପାଇଁ ଏଠାରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି। ଅନୁରୂପ ଭାବେ ସୋମବାର ସକାଳେ ଆଜି ସିଦ୍ଧାମଳା ବାଲିଘାଟରୁ ହେଲ୍ପର ବିହୀନ ଓଭର ଲୋଡ଼ିଂ ଗାଡ଼ିରେ ଡ୍ରାଇଭର ଖୋର୍ଦ୍ଧା ଅଭିମୁଖେ ଯାଉଥିଲା ବେଳେ କଳାପଥର ବସଷ୍ଟାଣ୍ଡଠାରେ ଥିବା ପୋଷ୍ଟ ଅଫିସ ପ୍ରାଚୀରକୁ ଧକ୍କା ଦେଇ ଏକ ନିମ୍ବ ଗଛରେ ମାଡ଼ ହୋଇ ଓଲଟି ପଡିଥିଲା ବାଲି ବୋଝେଇ ହାଇୱା। ଅତ୍ୟଧିକ ମଦ୍ୟପନ ସହ କମିଶନ ବାଲି ଆନ୍ଧ୍ର ପ୍ରଦେଶକୁ ବେପାର ଯୋଗୁଁ ଭାରସାମ୍ୟ ହରାଇ ଦ୍ରୁତଗତିରେ ପିଟି ହୋଇ ନିମ୍ବ ଗଛ ଉପରକୁ ଚଢ଼ିଯାଇ ଅଟକି ରହିଥିଲା । ଫଳରେ ଅଳ୍ପକେ ଡ୍ରାଇଭର ସମେତ କଳାପଥର ଅଂଚଳର ଗ୍ରାମବାସୀ ବଞ୍ଚିଯାଇଥିଲେ। ଖବର ପାଇ ବୈଦ୍ୟେଶ୍ୱର ଥାନା ଆଇ ଆଇ ସି ସଞ୍ଜୟ କୁମାର ଜେନାଙ୍କ ସମେତ ଧଳାପଥର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ ଏବଂ ଟିମ୍ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ। ମଦ୍ୟପ ଗାଡ଼ି ଡ୍ରାଇଭର ସମେତ ହାଇୱା ମାଲିକଙ୍କ ଉପରେ ସରକାର କଠୋର ଦଣ୍ଡ ବିଧାନ କରିବାକୁ କଳାପଥର ଗ୍ରାମବାସୀ ଦୃଢ ଦାବୀ କରିଛନ୍ତି।