ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ବ୍ରହ୍ମପୁର-ଗୋପାଳପୁର ଜଙ୍କସନ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପିକଅପ ଭ୍ୟାନ ସହ ଦୁଇ ସ୍କୁଟି ଧକ୍କା ହୋଇଥିବାବେଳେ ଜଣେ ମୃତ, ତିନି ଆହତ । ମୃତକ ହେଲେ ପାଣିଗ୍ରାହୀ ପେଣ୍ଠ ସାହିର କାହ୍ନୁ ଚରଣ ସାହୁ ।
ଗୁରୁତର ମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ରୁଦ୍ରପ୍ରତାପ ଦାସ, ସନ୍ତୋଷ କୁମାର ସାହୁ ଓ ବସନ୍ତ କୁମାର ମହାନ୍ତ । ଦୁର୍ଘଟଣା ପରେ ଷ୍ଟାଇକିଂ ଫାୟାର ଫୋର୍ସର କର୍ମଚାରୀମାନେ ଗୁରୁତରଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)