ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଦେବଗଡ଼ - ଅନୁଗୁଳ ଜାତୀୟ ରାଜପଥ ଛତାବର ନିକଟସ୍ଥ ମାଦଳିଆ ନାଳ ଠାରେ ଭୋର ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶଗଡ଼ ଗାଡ଼ି ଯୋଗେ ବୃଦ୍ଧ ଦମ୍ପତି ମହୁଲ ଗୋଟାଇବାକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ନାଉଲିପଡ଼ା ଜାମ୍ବୁବଣିଆ ସାହିର ସ୍ତ୍ରୀ ମାୟା ସାହୁ (୬୮) ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ପ୍ରସନ୍ନ ସାହୁ ଗୁରୁତର ହୋଇଛନ୍ତି।
ଗାଡ଼ି ଧକ୍କାରେ ଶଗଡ଼ ଗାଡ଼ି ଭାଙ୍ଗିରୁଜି ନଷ୍ଟ ହୋଇଥିବା ବେଳେ ଏକ ବଳଦର ମୃତ୍ୟୁ ଘଟିଛି। ଉଭୟଙ୍କୁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ମାୟାଙ୍କୁ ମୃତ ଘୋଷଣା କରାଯାଇ ଥିବା ବେଳେ ସ୍ବାମୀଙ୍କ ଚିକିତ୍ସା ଜାରି ରହିଛି। ଖବର ପାଇ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଧକ୍କା ଦେଇଥିବା ଗାଡ଼ି ଧରିବା ପାଇଁ ପୁଲିସ ଛାନଭିନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/17/mg8sTCTHVTWXeNvVf68m.jpg)