ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ପାଇକଳି ନିକଟରେ ଏକ ପାଖିଆ ରାସ୍ତା ପାଇଁ ଆଉ ଏକ ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ହେଲେ ସୋର ବ୍ଲକ ଦହିସଡା ପଂଚାୟତ ଦହିସଡା ଗ୍ରାମର ସୁଶାନ୍ତ ବିଶ୍ୱାଳ (୩୨)। ସୁଶାନ୍ତ ଆଜି ସନ୍ଧ୍ୟାରେ ଘରୁ ସୋର ଅଭିମୁଖେ ଆସୁଥିବା ବେଳେ ପାଇକାଳୀ ପୋଲ ନିକଟରେ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା। ଫଳରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡ଼ିରେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ ପାଇଁ ରଖିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏକ ପାଖିଆ ରାସ୍ତା ନେଲା ଆଉ ଏକ ଜୀବନ
ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ପାଇକଳି ନିକଟରେ ଏକ ପାଖିଆ ରାସ୍ତା ପାଇଁ ଆଉ ଏକ ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ହେଲେ ସୋର ବ୍ଲକ ଦହିସଡା ପଂଚାୟତ ଦହିସଡା ଗ୍ରାମର ସୁଶାନ୍ତ ବିଶ୍ୱାଳ (୩୨)।
/sambad/media/media_files/2024/10/22/QAfTUSeJBKqbQ7TClfHV.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)