କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥର ଆଳତୁମା ରାମିଆଳ ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ହାଟ କରିବାକୁ ଯାଉଥିବାବେଳେ ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ l ମୃତକ ଜଣକ କାମାକ୍ଷାନଗର ଥାନା ଗାଲୁକାଟେଣୀ ଗ୍ରାମର ଜଳଧର ସାହୁ l ସୂଚନା ଅନୁସାରେ ଜଳଧର ଏକ ସାଇକେଲ ଯୋଗେ ଗାଁରୁ ବାହାରି କାମାକ୍ଷାନଗର ସାପ୍ତାହିକ ହାଟ କରିବାକୁ ଆସୁଥିଲେ l ଆଳତୁମା ଗ୍ରାମ ରାମିଆଳ ବ୍ରିଜ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି l
ଦୁର୍ଘଟଣା ଖବର ପାଇ ଉତ୍ୟକ୍ତ ଲୋକେ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବାବେଳେ ଡ଼ୁବୁରୀ - ତାଳଚେର -ଅନୁଗୁଳ ଯାତାୟତ ବାଧାପ୍ରାପ୍ତ ହୋଇଛି l ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ କ୍ଷତିପୂରଣ ଦାବିରେ ଲୋକମାନେ ରାସ୍ତାରୋକ ଜିଦରେ ଅଟଳ ଅଛନ୍ତି l ତେବେ ୫୩ ନମ୍ବର ଜାତୀୟ ରାଜପଥର ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ବେଳେ ଏହା ଏବେ ମରଣଯନ୍ତା ପାଲଟିଛି l
ଗତ ଦୁଇ ମାସ ମଧ୍ୟରେ ଏଠାରେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସତ ହେଉଛନ୍ତି l ଏଠାରେ ଆଲୋକୀକରଣ, ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା, ହମ୍ପସ ନିର୍ମାଣ ପାଇଁ ଲୋକମାନେ ବାରମ୍ବାର ଦାବି କରୁଥିବାବେଳେ ପ୍ରଶାସନର ଅପାରଗତା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ସ୍ଥାନ ଏବେ ଦୁର୍ଘଟଣାର ହଟସ୍ପଟରେ ପରିଣତ ହୋଇଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/23/07d512f5-86bf-4d10-8f9c-0e7d2e84a817-2025-06-23-11-37-55.jpg)