ରାଉରକେଲା: ହୋଟେଲ ରୁମ୍ରେ ପ୍ରେମିକାଙ୍କୁ ଜାଳି ହତ୍ୟା କରିଥିବା ଅଭିଯୋଗରେ ପ୍ଲାଣ୍ଟ୍ସାଇଟ୍ ପୁଲିସ ଅଭିଯୁକ୍ତ ବନ୍ଧପୋଷର ଅଜୟ ସା’(୩୦)ଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଘଟଣା ଦିନଠାରୁ ଅଭିଯୁକ୍ତ ଫେରାର ଥିଲା। ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ୍ ଏକ ସ୍ବତନ୍ତ୍ର ଟିମ୍ ତିଆରି ଛାନ୍ଭିନ୍ ଆରମ୍ଭ କରିଥିଲା। ଆଜି ପୂର୍ବାହ୍ନରେ ଅଭିଯୁକ୍ତ ଅଜୟ ଛେଣ୍ଡ ଛକ ଅଞ୍ଚଳରେ ବୁଲାବୁଲି କରୁଥିବାବେଳେ ପୁଲିସ ତାକୁ କାବୁ କରିନେଇଥିଲା।
ପ୍ରକାଶଥାଉକି, ଲାଠିକଟା ବିରକେରାର ମୂଳବାସିନ୍ଦା ତଥା ପ୍ଲାଣ୍ଟ୍ସାଇଟ୍ ଅଞ୍ଚଳରେ ସପରିବାର ରହୁଥିବା ପୀଡ଼ିତା ସହରର ଏକ କଲେଜରେ ଯୁକ୍ତ ତିନି ଶେଷବର୍ଷର ଛାତ୍ରୀ ଥିଲେ। ଗତ ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ ସେ ଘରୁ ସ୍କୁଟି ନେଇ କମ୍ପ୍ୟୁଟର କ୍ଲାସ୍ କରିବାକୁ ବାହାରିଥିଲେ। ରାଉରକେଲା ଷ୍ଟେସନ ନିକଟରେ ପ୍ରେମିକ ଅଜୟ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟେ ରେଳଷ୍ଟେସନ ପାଖ ମହରାଜା ହୋଟେଲ୍ର ରୁମ୍ ନଂ ୪୦୨ ବୁକ୍ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଜୟ ରୁମ୍ରୁ ବାହାରିବାର କିଛି ସମୟପରେ ରୁମ୍ ଭିତରୁ ଧୂଆଁ ବାହାରିଥିଲା। ଏହାସହ ପୀଡ଼ିତାଙ୍କ ଚିତ୍କାର ଶୁଣିବାରୁ ହୋଟେଲ କର୍ମଚାରୀ ଓ ଅଭିଯୁକ୍ତ ରୁମ୍ ଭିତରକୁ ପଶିଥିଲେ। ପରେ ପୀଡ଼ିତାଙ୍କୁ ଉଦ୍ଧାରକରି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୧୦ଟାରେ ସ୍ବାଗତିକାଙ୍କ ମୃତ୍ୟୁ ହୋଇଥିଲା।
ହୋଟେଲ୍ରେ ପ୍ରେମିକା ଜଳିଯିବା ଘଟଣା: ବନ୍ଧାହେଲା ଫେରାର ପ୍ରେମିକ
ହୋଟେଲ ରୁମ୍ରେ ପ୍ରେମିକାଙ୍କୁ ଜାଳି ହତ୍ୟା କରିଥିବା ଅଭିଯୋଗରେ ପ୍ଲାଣ୍ଟ୍ସାଇଟ୍ ପୁଲିସ ଅଭିଯୁକ୍ତ ବନ୍ଧପୋଷର ଅଜୟ ସା’(୩୦)ଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଘଟଣା ଦିନଠାରୁ ଅଭିଯୁକ୍ତ ଫେରାର ଥିଲା।
/sambad/media/post_attachments/wp-content/uploads/2023/09/arrest-new-indian-express-1.jpg)