ଭୁବନେଶ୍ବର: ଜଣେ ମିଠା ବ୍ୟବସାୟୀଙ୍କୁ ୫ ଲକ୍ଷ ଦାଦା ବଟି ମାଗି ଜଣେ ଦୁର୍ବୃତ୍ତ ଗିରଫ ହୋଇଥିବାର ଖବର ମିଳିଛି। ଏଭଳି ଘଟଣା ଘଟିଛି ଏୟାରଫିଲ୍ଡ ଥାନା ଚଣ୍ଡୀ ବଜାର ନିକଟରେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରଘୁନାଥ ବାରିକଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। 
ସିସିଟିଭି ଫୁଟେଜରେ ରଘୁଆ ଓ ତାର ଗ୍ୟାଙ୍ଗ ମିଠା ଦୋକାନ ଭିତରେ ପ୍ରବେଶ କରି ଦୋକାନ ମାଲିକଙ୍କୁ ଭୟଭୀତ କରୁଛନ୍ତି ଓ ଦୋକାନୀ ଜଣକ ଟଙ୍କା ଦେବାକୁ ମନା କରିବାକୁ ଦୋକାନ ଆଗରେ ପଥର ପକାଉଛନ୍ତି। ଯାହାକୁ ନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ ରଘୁନାଥଙ୍କୁ ଧରିବାରେ ସଫଳ ହୋଇଛି ।
ପୂର୍ବରୁ ରଘୁନାଥଙ୍କ ନାଁରେ ହତ୍ୟା ଅଭିଯୋଗ ମଧ୍ୟ ରହିଛି। କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଯୁବକଙ୍କୁ ହତ୍ୟା କରିଥିଲେ ସେ। ଏହି ହତ୍ୟାକାଣ୍ଡ ଘଟଣାରେ ରଘୁନାଥ ଜେଲରେ ମଧ୍ୟ ଯାଇଥିଲେ।