ରାଉରକେଲା: ବାସନ୍ତୀକଲୋନିସ୍ଥ ପାତ୍ର ​ଜୁଏଲର୍ସରୁ ନକଲି ସୁନା ଦେଇ ଅସଲି ସୁନା ନେଇ ଚମ୍ପଟ୍‌ ମାରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ଧାନ୍‌ବାଦର ଗୌରାଙ୍ଗ ଚନ୍ଦ୍ର(୫୧)। ଅଭିଯୁକ୍ତ ପୁଣି ସୁନା ଚୋରି କରିବାକୁ ଆସିଥିବାବେଳେ ପୁଲିସ ତାକୁ ରେଲୱେ ଷ୍ଟେସନ୍‌ରୁ କାବୁ କରିଛି।

Advertisment

ମେ’ ଶେଷ ସପ୍ତାହରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଗୌରାଙ୍ଗ ଚନ୍ଦ୍ର ଓ ରାଜେଶ ସିଂ ରାଉରକେଲା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ବିବାହ ସରିବା ପରେ ରାଜେଶ ସହରରୁ ସୁନା ଲୁଟ୍‌ କରିବା ଯୋଜନା କରିଥିଲା। ଗୌରାଙ୍ଗକୁ ଢାଲ କରି ସହରର ବିଭିନ୍ନ ସୁନା ଦୋକାନ ଯିବାକୁ ଆଲୋଚନା ହୋଇଥିଲା। ତେବେ ମେ’ ୨୫ ତାରିଖ ରାତି ପ୍ରାୟ ସାଢ଼େ ୯ଟା ପରେ ବାସନ୍ତୀକଲୋନିସ୍ଥ ପାତ୍ର ​ଜୁଏଲର୍ସରେ ଗୌରାଙ୍ଗ ପହଞ୍ଚିଥିଲା। ୧୭ ଗ୍ରାମ୍‌ର ସୁନା କାନଫୁଲ ଓ ଚେନ୍‌ କିଣିବା ପରେ ପୁରୁଣା ସୁନା ଚେନ୍‌ ବିକିବାକୁ ଦୋକାନୀଙ୍କୁ କହିଥିଲେ। ବାହାର ରାଜ୍ୟବାସିନ୍ଦା ହୋଇଥିବାରୁ ବିଲିଂ ପାଇଁ ଦୋକାନ ମାଲିକ ତାଙ୍କୁ ଆଧାରକାର୍ଡ ମାଗିଥିଲେ। ସେ ଆଧାରକାର୍ଡ ଦେଇ ଲକ୍ଷାଧିକ ଟଙ୍କାର ସୁନା ନେଇ ଫେରାର ହୋଇଯାଇଥିଲେ। ସେ ଦେଇଯାଇଥିବା ସୁନାଚେନ୍‌ରେ ମାତ୍ର ୫% ସୁନା ଥିବା ରବିବାର ସନ୍ଧ୍ୟାରେ ଜଣାପଡ଼ିଥିଲା। ଠକେଇର ଶିକାର ହୋଇ ମାଲିକ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସର ସୂଚନାନୁଯାୟୀ, ମେ’ ଶେଷ ସପ୍ତାହରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଗୌରାଙ୍ଗ ଚନ୍ଦ୍ର ଓ ରାଜେଶ ସିଂ ରାଉରକେଲା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ବିବାହ ସରିବା ପରେ ରାଜେଶ ସହରରୁ ସୁନା ଲୁଟ୍‌ କରିବା ଯୋଜନା କରିଥିଲା। ଗୌରାଙ୍ଗକୁ ଢାଲ କରି ସହରର ବିଭିନ୍ନ ସୁନା ଦୋକାନ ଯିବାକୁ ଆଲୋଚନା ହୋଇଥିଲା। ତେବେ ମେ’ ୨୫ ତାରିଖ ରାତି ପ୍ରାୟ ସାଢ଼େ ୯ଟା ପରେ ବାସନ୍ତୀକଲୋନିସ୍ଥ ପାତ୍ର ​ଜୁଏଲର୍ସରେ ଗୌରାଙ୍ଗ ପହଞ୍ଚିଥିଲା। ୧୭ ଗ୍ରାମ୍‌ର ସୁନା କାନଫୁଲ ଓ ଚେନ୍‌ କିଣିବା ପରେ ପୁରୁଣା ସୁନା ଚେନ୍‌ ବିକିବାକୁ ଦୋକାନୀଙ୍କୁ କହିଥିଲେ। ବାହାର ରାଜ୍ୟବାସିନ୍ଦା ହୋଇଥିବାରୁ ବିଲିଂ ପାଇଁ ଦୋକାନ ମାଲିକ ତାଙ୍କୁ ଆଧାରକାର୍ଡ ମାଗିଥିଲେ। ସେ ଆଧାରକାର୍ଡ ଦେଇ ଲକ୍ଷାଧିକ ଟଙ୍କାର ସୁନା ନେଇ ଫେରାର ହୋଇଯାଇଥିଲେ। ସେ ଦେଇଯାଇଥିବା ସୁନାଚେନ୍‌ରେ ମାତ୍ର ୫% ସୁନା ଥିବା ରବିବାର ସନ୍ଧ୍ୟାରେ ଜଣାପଡ଼ିଥିଲା। ଠକେଇର ଶିକାର ହୋଇ ମାଲିକ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ  ଅଭିଯୁକ୍ତକୁ ଷ୍ଟେସନ୍‌ରୁ ଗିରଫ କରିଛି। ସେ ସହରରେ ପୁଣି ଠକେଇ କରିବାକୁ ଯୋଜନା କରୁଥିଲା ବୋଲି ପୁଲିସକୁ କହିଛି।

crime