ବଣାଇଗଡ଼: ବଣାଇ ଥାନା ଅନ୍ତର୍ଗତ ଜକୈକଳା ଗ୍ରାମରେ ନବବଧୂଙ୍କୁ ନିର୍ଯ୍ୟାତନା ଓ ହତ୍ୟା ମାମଲାରେ ଦୀର୍ଘ ୧୩ ମାସର ଲୁଚକାଳି ପରେ ବଣାଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ମୁଖ୍ୟ ଅଭିଯୁକ୍ତ ଆଲୋକ ମିଶ୍ର। ସୂଚନା ଅନୁସାରେ ୨୦୨୨ ମସିହାରେ ଜକୈକଳା ଗ୍ରାମର ଆଲୋକ ମିଶ୍ର ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲା ଅନ୍ତର୍ଗତ କୁର୍ଡେ ଗ୍ରାମର ପବନ ଷଡ଼ଙ୍ଗୀଙ୍କ ଝିଅ ପ୍ରିୟଙ୍କାଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କ ଏକ ଶିଶୁକନ୍ୟା ରହିଛି। ମିଛ କହି ବିବାହ କରିବା ସହ ସ୍ବାମୀ ଆଲୋକଙ୍କ ପରକୀୟା ପ୍ରୀତିକୁ କିଛିଦିନ ପରେ ଜାଣିପାରିଥିଲେ ପ୍ରିୟଙ୍କା। ଏନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହେଉଥିବାବେଳେ ପରିବାରଲୋକେ ପ୍ରିୟଙ୍କାଙ୍କୁ ନିର୍ଯାତନା ଦେଇଆସୁଥିଲେ।

Advertisment

ଆଲୋକଙ୍କୁ ପୁଅ ଭଳି ରଖି ବିବାହ କରାଇଥିବା କକା ବୀରେନ ଓ ଖୁଡ଼ି ପୁଷ୍ପାଞ୍ଜଳି ପାଣିଗ୍ରାହୀ ରାଉରକେଲାରେ ଲୁଚିରହି ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା। ଫଳରେ ବାଧ୍ୟ ହୋଇ ସେମାନେ ରାଉରକେଲାରେ ଲୁଚି ରହିଥିବା ସୂଚନା ପାଇଥିଲେ ପବନ। ଏହା ଜାଣିବା ପରେ ସେ ବଣାଇ ପୁଲିସକୁ ସୂଚନା ଦେଇଥିଲେ। ୬ ମାସ ପରେ ଅଭିଯୁକ୍ତଙ୍କ କକା ଓ ଖୁଡ଼ୀଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା ପୁଲିସ। ତିନିମାସ ଧରି ଜେଲ୍‌ରେ ରହିବା ପରେ ବର୍ତ୍ତମାନ ସେମାନେ ଜାମିନରେ ଆସିଥିବା ଜଣାପଡ଼ିଛି। ସେପଟେ ମୁଖ୍ୟ ଅଭିଯୁକ୍ତ ଦୀର୍ଘ ୧୩ ମାସ ହେବ ବିଭିନ୍ନ ସ୍ଥାନରେ ଲୁଚିରହି ଶତ ଚେଷ୍ଟା ସତ୍ତ୍ଵେ ଆଗୁଆ ଜାମିନ ନ ପାଇବାରୁ ୮ ତାରିଖ ବୁଧବାର ବଣାଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିବା ପରେ ଏବେ ବଣାଇ ଜେଲ୍‌ରେ। କିନ୍ତୁ ଅଭିଯୁକ୍ତଙ୍କ ମା’ ସୁମତି ମିଶ୍ର ଏବେ ବି ଫେରାର ଅଛନ୍ତି।

ବିବାହର ପ୍ରାୟ ଦେଢ଼ବର୍ଷ ପରେ ପ୍ରିୟଙ୍କା ହଠାତ୍ ଦିନେ ବିଷ ପିଇଦେଇଥିବା କହିଥିଲେ ପରିବାରଲୋକେ। କିନ୍ତୁ ଦୀର୍ଘ ସପ୍ତାହେ ଧରି ତାଙ୍କୁ ଡାକ୍ତରଖାନା ନ ନେଇ ଘରେରଖି ଲୁକ୍କାୟିତ ଭାବେ ଚିକିତ୍ସା କରୁଥିଲେ। ଘଟଣା ଘଟିବାର ୮ ଦିନ ପରେ ଅଭିଯୁକ୍ତ ଆଲୋକଙ୍କ ମା’ ସୁମତି ପ୍ରିୟଙ୍କା ବିଷ ପିଇ ଦେଇଥିବା ଖବର ଝିଅର ପରିବାର ଲୋକଙ୍କୁ ଜଣାଇଥିଲେ। ଖବରପାଇ ପ୍ରିୟଙ୍କାଙ୍କ ବାପଘର ବଣାଇଁ ଜକୈକଳାରେ ପହଞ୍ଚି ଝିଅ ମୁମୂର୍ଷୁ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପ୍ରିୟଙ୍କାଙ୍କ ବାପା ତୁରନ୍ତ ଝିଅଙ୍କୁ ନେଇ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତିନିଦିନ ଧରି ଚିକିତ୍ସା ଜାରି ରହିଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ପୁଣି ତାଙ୍କୁ ନେଇ ଭୁବନେଶ୍ଵରରେ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଆଠଦିନର ଚିକିତ୍ସା ପରେ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଥିଲା। ପୁଅଘର ପକ୍ଷରୁ କୌଣସି ସହଯୋଗ ପାଇ ନଥିବାବେଳେ ପ୍ରିୟଙ୍କାଙ୍କ ବାପା ଝିଅର ଶବକୁ ନେଇ ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରିଥିଲେ। ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରି ନପାରି ପ୍ରିୟଙ୍କାଙ୍କ ବାପା ପବନ ୨୦୨୩ ଡିସେମ୍ବର ୪ରେ ବଣାଇଥାନାରେ ପହଞ୍ଚି ତାଙ୍କଝିଅକୁ ଆଲୋକ ଓ ତାଙ୍କ ପରିବାର ନିର୍ଯାତନା ସହ ବିଷ ଦେଇ ମାରିଦେଇଥିବା ଲିଖିତ ଅଭିଯୋଗ କରିଥିଲେ। ବଣାଇ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବାବେଳେ ଖବରପାଇ ସେହିଦିନ ହିଁ ଆଲୋକ ସପରିବାର ଫେରାର ହୋଇଗଲେ।