ରେଢ଼ାଖୋଲ: ରେଢାଖୋଲ ନାକଟିଦେଉଳରେ ୩ ହାତୀ ମୃତ୍ୟୁ ଘଟଣାରେ ବନବିଭାଗ ପକ୍ଷରୁ କୁହାଯାଇଛି ଯେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଉପରେ ହେବ କାର୍ଯ୍ୟାନୁଷ୍ଠାନ | ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ହେବ | ତଦନ୍ତରେ ଉଭୟଙ୍କ ଭୁଲ ରହିଛି | ବିଦ୍ୟୁତ୍ ବିଭାଗର ମଧ୍ୟ ଭୁଲ ରହିଛି | ଚୋରି ବିଦ୍ୟୁତକୁ ଅନୁଧ୍ୟାନ କରିବା ସେମାନଙ୍କ କାମ ସେମାନେ ଠିକ୍ କରିନାହାନ୍ତି | ବିଦ୍ୟୁତ୍ ବିଭାଗ ଉପରେ ବି ହେବ କାର୍ଯ୍ୟାନୁଷ୍ଠାନ |
ଶିକାରୀଙ୍କୁ ସୁଧାରିବା ପାଇଁ ହେବ ଗାଁ ଗାଁ ରେ ସଚେତନ ସଭା ବୋଲି ବନବିଭାଗ କହିଛି | ଉଲ୍ଲେଖ ଥାଉ କି ରେଢ଼ାଖୋଲ ବନାଞ୍ଚଳରେ ୩ ହାତୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଆଜି ସକାଳୁ ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଥିଲେ ପିସିସିଏଫ୍। ଏଥିସହ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ କାରଣ ଦର୍ଶାଇଛନ୍ତି। ବାରହା ଶିକାର ପାଇଁ ବିଛାଯାଇଥିଲା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି ବୋଲି କହିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/11/05/elephant1.jpeg)