ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଠାରୁ ଅଧିକ ଫି’ ନେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ନିର୍ଦ୍ଧାରିତ ଠାରୁ ଅଧିକ ଫି’ ନେଲେ କାର୍ଯ୍ୟାନୁଷ୍ଠାନ ହେବ । କୋଭିଡ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଏଭଳି ତାଗିଦ୍ କରିଛନ୍ତି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏବେ ଠାରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ଦେଇଛନ୍ତି । ସ୍ୱାଭାବିକ ଅବସ୍ଥା ଫେରାଇବା ପାଇଁ ସମସ୍ତଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉ । ମୁଖ୍ୟମନ୍ତ୍ରୀ କୋଭିଡ ହସ୍ପିଟାଲରେ ଅକ୍ସିଜେନ ବଢ଼ାଇବା ନେଇ ଗୁରୁତ୍ୱ ଦେଇଛନ୍ତି । ସେହିପରି ଅଗ୍ନି ନିରାପତ୍ତା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । କୋଭିଡ ପରିଚାଳନା ବୈଠକରେ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର